ନୟାଗଡରେ ଉଦଘାଟିତ ହେଲା କେନ୍ଦ୍ରୀୟ ବିଦ୍ୟାଳୟର ନବ ନିର୍ମିତ ଭବନ

ଓଡ଼ିଶା ତାଜା ନ୍ୟୁଜ ( ୦୮ ଅକ୍ଟୋବର ଗୁରୁବାର ) ନୟାଗଡ଼ :- ନୟାଗଡରେ ଭାରତ ସରକାରଙ୍କ ଶିକ୍ଷା ବିଭାଗ ପରିଚାଳନାଧୀନ କେନ୍ଦ୍ରୀୟ ବିଦ୍ୟାଳୟର ନବ ନିର୍ମିତ ଭବନ ଉଦଘାଟିତ ହୋଇଯାଇଛି|ବେଶ ଏକ ଶୈଖିକ ବାତାବରଣରେ ଭିଡିଓ କନଫେରିସିଂ ମାଧ୍ୟମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀୱାଲ ନିଶଙ୍କ ସହ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଏହାକୁ ଉଦଘାଟନ କରିଥିବାବେଳେ ଅନ୍ୟ ତମ ବିଶିଷ୍ଟ ଅତିଥି ଭାବେ ଭରଚୁଆଲ ସଭାରେ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ସମେତ ସାଂସଦ ପିନାକୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

ତେବେ ଏହି ଅବସରରେ ନୟାଗଡ ସ୍ଥିତ ନୂତନ କୋଠା ପରିସରରେ ସାମାଜିକ ଦୂରତା ମଧ୍ୟରେ ବେଶ ଶାନ୍ତି ଶୃଙ୍ଖଳାର ସହ ଏକ ସଭା ଅନୁଷ୍ଠାନ ହୋଇଥିଲା । ଏଥିରେ ନୟାଗଡ ଜିଲ୍ଲାପାଳ ଡ ପୋମା ଟୁଡୁ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ସରକାରଙ୍କ ଯୁଗାନ୍ତକରି ପଦକ୍ଷେପର ଅବତାରଣା କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବ ଅଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ଲାଠିପଡ଼ା ଜୋନର ଜିଲ୍ଲା ପରିଷଦ ସଭ୍ୟା,

ସି.ଡି.ଏମ.ଓ ଶକ୍ତି ପ୍ରସାଦ ମିଶ୍ର,କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ବିଦ୍ୟାଳୟ ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲପାଳ ଡ.ପୋମା ଟୁଡୁଙ୍କ ସମେତ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନଙ୍କୁ ନୟାଗଡ କେନ୍ଦ୍ରୀୟ ବିଦ୍ୟାଳୟ ତରଫରୁ ଉପଢୌକନ ସହ ଫୁଲ କୁଣ୍ଡ ଦିଆଯାଇ ସମ୍ମାନିତ କରାଯାଇଥିଲା । ସଭା ପ୍ରାରମ୍ଭରେ ଆଉ ଶେଷରେ ଜାତୀୟ ସଂଗୀତ ଗାନ କରା ଯାଇଥିଲା । ( ରିପୋର୍ଟ – ରାମ କୃଷ୍ନ ରଥ )

Exit mobile version