ନବଵିବାହିତ ନାବାଳିକା ଉଦ୍ଧାର

ଓଡ଼ିଶା ତାଜା ନ୍ୟୁଜ (୮ ଅକ୍ଟୋବର ଗୁରୁବାର) କୁକୁଡାଖଣ୍ଡି :- ନବବିବାହିତା ଏକ ନାବାଳିକାକୁ ଉଦ୍ଧାର କରିଛି ଚାଇଲଡଲାଇନ। ଘଟଣାରୁ ପ୍ରକାଶ ଯୋ ଜଗଦଳପୁର ଗ୍ରାମର ଧୋବା ସାହିର ପଞ୍ଚାନନ ସେଠିଙ୍କ ନାବାଳିକା ଝିଅ ସହ ରତ୍ନପୁର ଗ୍ରାମର ମୁରଲୀ ଦାସଙ୍କ ପୁଅ ଅମର ଦାସ(୨୩)ଙ୍କ ସହ ପ୍ରେମ ସମ୍ପର୍କ ଥିଲା। ନାବାଳିକାଙ୍କ ଅନ୍ୟତ୍ର ବିବାହ ଠିକ୍ ହେବା ସତ୍ୱେ ଉଭୟ ଦୀର୍ଘ ଦୁଇ ମାସ ଧରି ଫେରାର ହୋଇଯାଇଥିଲେ l ଏନେଇ ନାବାଳିକାଙ୍କ ବାପା ପଞ୍ଚାନନ ସେଠି ସଦରଥାନାରେ ଅଭିଯୋଗ କରିଥିଲେ l ଝିଅର ବାପାଙ୍କ କହିବା ଅନୁଯାଇ ଦୁଇମାସ ପରେ ଅମର ନାବାଳିକା ଝିଅକୁ ନେଇ ନିଜ ଘରକୁ ଆସିଥିବା ସୂଚନା ଦେଇଛନ୍ତି । କୁକୁଡାଖଣ୍ଡି ଆଇ.ସି.ଡିସି ଅଧିକାରିଣୀ ତଥା ତହସିଲଦାର ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର, ଚାଇଲଡ ଲାଇନ ଏବଂ ପୋଲିସ ଉପସ୍ଥିତରେ ବୁଧବାର ସନ୍ଦ୍ୟା ସମୟରେ ରତ୍ନପୁରରେ ଥିବା ନାବାଳିକା ଝିଅକୁ ଉଦ୍ଧାର କରିଥିଲେ। ପରେ ଚାଇଲଡ ଲାଇନ ନାବାଳିକାକୁ ନେଇଯାଇଥିଲେ। (ରିପୋର୍ଟ: ଶେଷଦେବ ସାହୁ / ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Exit mobile version