ଘନିଷ୍ଠତା ବଢ଼ାଇ ୩ ଲକ୍ଷ ଠକେଇ, ଯୁବତୀ ଗିରଫ

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଘନିଷ୍ଠତା ବଢ଼ାଇ ଆର୍ଥିକ ସଙ୍କଟର ବାହାନା ଦେଖାଇ ଜଣେ ଯୁବକଙ୍କଠାରୁ ୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ଜଣେ ୨୦ ବର୍ଷୀୟ ଯୁବତୀ ପ୍ରିୟଙ୍କା ମହାନ୍ତିଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚା ଲାଣ କରିଛି । ସୂଚନାନୁଯାୟୀ ବାପୁଜୀନଗରର ଏକ ମୋବାଇଲ ଦୋକାନରେ କାମ କରୁଥିବା ମହମ୍ମଦ ୟାସିନ୍‌ଙ୍କ ସହ ପ୍ରିୟଙ୍କା ଙ୍କ ପରିଚୟ ହୋଇଥିଲା ।

ପରେ ଜରୁରୀ ଆର୍ଥିକ ଆବଶ୍ୟକତା ଦର୍ଶାଇ ସେ ୟାସିନ୍‌ଙ୍କଠାରୁ ଫୋନ୍‌ପେ ମାଧ୍ୟମରେ ବିଭିନ୍ନ କିସ୍ତିରେ ୩ ଲକ୍ଷ ଟଙ୍କା ନେଇଥିଲେ । ଟଙ୍କା ଫେରସ୍ତ ମାଗିବାରୁ ପ୍ରିୟଙ୍କା ଚିହ୍ନି ନଥିବା କହିବା ସହ ମିଥ୍ୟା ଦୁର୍ବ୍ୟବହାର ମାମଲାରେ ଫସାଇବାକୁ ଧମକ ଦେଇଥିଲେ । ଏନେଇ ୟାସିନ ସୋମବାର କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ । ପୋଲିସ ବ୍ୟାଙ୍କ ଓ ଫୋନ୍‌ପେ କାରବାର ଯାଞ୍ଚ କରି ଟଙ୍କା ହସ୍ତାନ୍ତରର ପ୍ରମାଣ ପାଇବା ପରେ ଅଭିଯୁକ୍ତାଙ୍କୁ ଗିରଫ କରିଛି ।

Exit mobile version