କମିଶନରେଟ୍ ପୋଲିସକୁ ବଡ଼ ସଫଳତା : ୨୫ ରୁ ଅଧିକ ସଙ୍ଗୀନ ମାମଲାର ଅଭିଯୁକ୍ତ କାଶୀ ରାଉତ ଗିରଫ

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- କମିଶନରେଟ୍ ପୋଲିସକୁ ବଡ଼ ସଫଳତା । ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ହତ୍ୟା ଉଦ୍ୟମ, ଅପହରଣ ଓ ପୋଲିସ ଉପରେ ଆକ୍ରମଣ ଭଳି ୨୫ରୁ ଅଧିକ ସଙ୍ଗୀନ ମାମଲାରେ ଜଡ଼ିତ କୁଖ୍ୟାତ ଅପରାଧୀ କାଶୀ ରାଉତ (୨୩)କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କଟାଯାଇଛି । ଅଭିଯୁକ୍ତ ନିକଟରୁ ଗୋଟିଏ ୭.୬୫ ଏମ୍ଏମ୍ ପିସ୍ତଲ, ୩ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ କଟୁରୀ ଓ ମୋବାଇଲ ଫୋନ୍ ଜବତ ହୋଇଛି । ଅଶୋକ ନଗର ଫାଳିକିଆ ବସ୍ତିରୁ ତାକୁ ପୋଲିସ କାବୁ କରିଛି ।

ଗତ ମେ’ ୨୭ ତାରିଖ ଭୋରରେ ରାଜମହଲ ଓଭରବ୍ରିଜ୍ ନିକଟରେ ଜଣେ ବ୍ୟକ୍ତିଙ୍କୁ ଖଣ୍ଡାରେ ଆକ୍ରମଣ କରି ଗୁରୁତର କରିବା ଘଟଣାରେ କାଶୀ ଅଭିଯୁକ୍ତ ଥିଲା । ଏହି ଘଟଣାରେ କ୍ୟାପିଟାଲ ଥାନାରେ କେସ୍ ନଂ ୩୮୨/୨୦୨୬ ରୁଜୁ ହୋଇଥିଲା । କ୍ୟାପିଟାଲ, ବଡ଼ଗଡ଼, ଲକ୍ଷ୍ମୀସାଗର ଓ ଖାରବେଳନଗର ଥାନା ଅଞ୍ଚଳରେ ତା’ ନାଁରେ ୨୫ରୁ ଅଧିକ ମାମଲା ରହିଛି ।

Exit mobile version