ଲିଖିତ ସାଧାରଣ ଜ୍ଞାନପ୍ରତିଯୋଗିତା – ୨୦୨୬

ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ପିଏମ ଶ୍ରୀ ବ୍ରଜେନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ, ନୟାଗଡ଼ ପରିସରରେ” ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ତଥା ମାନସିକ ବିକାଶ ଉଦ୍ଦେଶ୍ୟରେ ଏକ “ଲିଖିତ ସାଧାରଣ ଜ୍ଞାନପ୍ରତିଯୋଗିତା-୨୦୨୬” ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଉମାକାନ୍ତ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଏବଂ କନିଷ୍ଠ ବିଭାଗର ୮୦ ଜଣ ମେଧାବୀ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ବର୍ତ୍ତମାନର ପ୍ରତିଯୋଗିତାମୂଳକ ଯୁଗରେ ପାଠ୍ୟ ପୁସ୍ତକର ଜ୍ଞାନ ସହିତ ବାହ୍ୟ ଜଗରେ ସାଧାରଣ ଜ୍ଞାନ ଆହରଣ କରିବା ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ପାଇଁ ଅତ୍ୟନ୍ତ ଜରୁରୀ ।

ଏହି ମହତ ଉଦ୍ଦେଶ୍ୟକୁ ଆଖି ଆଗରେ ରଖି ବିଦ୍ୟାଳୟ ପକ୍ଷରୁ ଏଭଳି ଏକ ଅଭିନବ ପଦକ୍ଷେପ ନିଆଯାଇଥିଲା । ପ୍ରତିଯୋଗିତାରେ ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ସମ ସାମୟିକ ଘଟଣାବଳୀ ଇତିହାସ, ଗଣିତ, ବିଜ୍ଞାନ,ସାହିତ୍ୟ ଏବଂ ସାଧାରଣ ଜ୍ଞାନ ଉପରେ ଆଧାରିତ ବରିଷ୍ଠ ବର୍ଗ ପାଇଁ ୫୦ଟି ପ୍ରଶ୍ନ ଓ କନିଷ୍ଠ ବର୍ଗ ପାଇଁ ୩୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ରଖାଯାଇଥିଲା । ଛାତ୍ର ଛାତ୍ରୀମାନେ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଏବଂ ଆଗ୍ରହ ସହ ଏହି ପରିକ୍ଷାରେ ସାମିଲ ହୋଇଥିଲେ ଉତ୍ତର ଖାତା ମୂଲ୍ୟାଙ୍କନ ପରେ ପ୍ରକାଶିତ ଫଳା ଫଳ ଅନୁଯାୟୀ, ବରିଷ୍ଠ ବର୍ଗରେ ଶୁଭ ପ୍ରଧାନ, ନବମ ଶ୍ରେଣୀ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଆୟୁଷ ମଳିକ, ନବମ ଶ୍ରେଣୀ ଦ୍ୱିତୀୟ ସ୍ଥାନ ଏବଂ ଦୀପକ ବିଶ୍ଵାଳ,ନବମ ଶ୍ରେଣୀ ତୃତୀୟ ସ୍ଥାନହାସଲ କରିଥିଲେ ।

ସେହିପରି କନିଷ୍ଠ ବର୍ଗରେ ଆୟୁଷ୍ମାନ ପ୍ରଧାନ,ଅଷ୍ଟମ ଶ୍ରେଣୀ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ହରପ୍ରିୟା ଜେନା, ସପ୍ତମ ଶ୍ରେଣୀଦ୍ୱିତୀୟ ସ୍ଥାନ ଏବଂ ଅରୁଣ ନାୟକ, ଅଷ୍ଟମ ଶ୍ରେଣୀ ତୃତୀୟ ସ୍ଥାନ ହାସଲ କରିଥିଲେ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଏକ ସ୍ୱତନ୍ତ୍ର ପୁରସ୍କାର ବିତରଣା ଉତ୍ସବ ଆୟୋଜନ କରାଯାଇଥିଲା ଏଥିରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଉମାକାନ୍ତ ସେଠୀ ବିଦ୍ୟାଳୟର ପରିଚାଳନା କମିଟି (ଏସ ଏମ ସି)ର ସଭାପତି ଶ୍ରୀମତୀ ସମିମା ବିବି ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ବରିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ଓ

ପ୍ରଶଂସାପତ୍ର ପ୍ରଦାନ କରି ଉତ୍ସାହିତ କରିବା ସହ ଭବିଷ୍ୟତରେ ଆହୁରି ଅଧିକ ପରିଶ୍ରମ କରି ସଫଳତାର ଶୀର୍ଷରେ ପହଞ୍ଚିବାକୁ ପରାମର୍ଶ ଦେଇଥିଲେ । ଏହି ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳୀ ରଥ ଶିକ୍ଷକ ଶେଖ ଅଜିଜୁର ରହମାନ, ପ୍ରକାଶ ଚନ୍ଦ୍ର ପୃଷ୍ଟି, ଗଙ୍ଗାଧର ସାହୁ,ଏବଂ ଶିକ୍ଷୟିତ୍ରୀ ଅନୀତା ସାହୁ ଅତି ସୁନ୍ଦର ଓ ସୁଚାରରୂପେ ପରିଚାଳନା କରିଥିଲେ ଏଥିରେ ବିଦ୍ୟାଳୟର ସମସ୍ତେ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଶିକ୍ଷା କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ । ସମସ୍ତଙ୍କ ମିଳିତ ଉଦ୍ୟମ ଓ ସହଯୋଗ ଫଳରେ ଏହି ସାଧାରଣ ଜ୍ଞାନ ପ୍ରତିଯୋଗିତାଟି ସଫଳତାରେ ସହ ସମ୍ପାଦିତ ହୋଇଥିଲା ।

Exit mobile version