ଜଟଣୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ୭୭ତମ ଜାତିୟ ସମ୍ବିଧାନ ଦିବସ ପାଳନ ସହିତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଖୋରଧା/ଜଟଣୀ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :-  ଜଟଣୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ୭୭ତମ ଜାତିୟ ସମ୍ବିଧାନ ଦିବସ ଉପଲକ୍ଷେ ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ବାଳକୃଷ୍ଣ ଚୌଧୁରୀଙ୍କ ପୌରହିତ୍ୟରେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଭାରତୀୟ ସମ୍ବିଧାନର ଆଦର୍ଶ ଓ ଦର୍ଶନ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହ ମହାବିଦ୍ୟା ପରିଷରରୁ ହରିଭାଇନା ଛକ ପର୍ଯ୍ୟନ୍ତ ଏକ ଜନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ରାଜୀବ ଲୋଚନ କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ଆଲୋଚନା ଚକ୍ରକୁ ଉଦ୍ଘାଟନ କରିବା ସହିତ ଛାତ୍ର,ଛାତ୍ରୀଙ୍କ ଉଦେଶ୍ୟରେ ସମ୍ୱିଧାନର ମୂଲ୍ୟବୋଧ ଓ ଦର୍ଶନ ସମ୍ପର୍କରେ ଏକ ଦୀକ୍ଷାନ୍ତ ଭାଷଣ ପ୍ରଦାନ୍ କରିଥଲେ। ପ୍ରଶାସନିକ ଅଧିକାରୀ ଡଃ ଅନୁପ କୁମାର ମହାନ୍ତି,ବିତ ଅଧିକାରୀ ଡଃ ଅମିତ୍ ବିକ୍ରମ ପଟ୍ଟନାୟକ, ଓଡ଼ିଆ ବିଭାଗର ମୁଖ୍ୟ ତଥା କର୍ମଚାରି ସଂଘର ସଭାପତି ଡଃ ତପନ କୁମାର ମିଶ୍ର,

ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଦୀପ ସୁନ୍ଦର ବେହେରା ସମ୍ବିଧାନର ଗୁରୁତ୍ୱ ଓ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ସଭା ଆରମ୍ଭରେ ଜାତିୟ ସଙ୍ଗୀତ ଗାନ କରିବା ପରେ ସାମୂହିକ ଭାବେ ଛାତ୍ର, ଛାତ୍ର ଓ ଅଧ୍ୟାପକ ଅଧ୍ୟାପିକା ମାନେ ପ୍ରସ୍ତାବନା ପାଠ ସହିତ ଶପଥ ପାଠ ଗ୍ରହଣ କରିଥଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଦେଶାତ୍ମ ବୋଧକ ନୃତ୍ୟ ପରିବେଷଣ କରାଯାଇଥିଲା। ସାଧାରଣଜ୍ଞାନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା +୩ ତୃତୀୟ ବର୍ଷର ଛାତ୍ରୀ ସସ୍ମିତା ବେହରା,

ଦ୍ୱିତୀୟ ବର୍ଷର ଛାତ୍ରୀ ତସ୍କିନ ପରୱିନ, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା +୩ ଦ୍ୱିତୀୟ ବର୍ଷର ଛାତ୍ରୀ ରଶ୍ମିତା ବେହେରା, ତୃତୀୟ ସ୍ଥାନ ଅଧିକାର କରିଥିବା +୩ ତୃତୀୟ ବର୍ଷର ଛାତ୍ରୀ କାଜଲ ମିଶ୍ରଙ୍କୁ ଡଃ ବି ଆର ଆମ୍ବେଦକର ମେମୋରିଆଲ ପ୍ରାଇଜ ପ୍ରଦାନ୍ କରାଯାଇଥିଲା। ସଭା ଶେଷରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଅଧ୍ୟାପକ ଦୀପ ସୁନ୍ଦର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜନୀତି ବିଭାଗର ଦୁଇ ଶହରୁ ଊର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନେ ପ୍ଲାକାର୍ଡ, ବ୍ୟାନର ଧରି ସମ୍ବିଧାନ ଉପରେ ବିଭିନ୍ନ ସ୍ଲୋଗାନ ଦେଇ ଶୋଭାଯାତ୍ରା କରିଥଲେ। ଏହି ଶୋଭଯାତ୍ରାକୁ ଅଧ୍ୟାପକ ଡ଼ଃ ତପନ ମିଶ୍ର, ବାଳକୃଷ୍ଣ ଚୌଧୁରୀ ଓ ଦୀପ ସୁନ୍ଦର ବେହେରାଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା।

Exit mobile version