କେନ୍ଦ୍ର ସରକାରଙ୍କ ପ୍ରଣିତ କୃଷକ ବିରୋଧି ଆଇନ୍‌କୁ କଂଗ୍ରେସର ବିରୋଧ ପ୍ରତ୍ୟାହାର ପାଇଁ ବିଡିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ; ନହେଲେ ବିକ୍ଷୋଭ ପାଇଁ ଚେତାବନି

ଓଡ଼ିଶା ତାଜା ନ୍ୟୁଜ (୦୭ ଅକ୍ଟୋବର ବୁଧବାର ) କୋରାଇ :- କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ଚାଷୀ ଉତ୍ପାହିତ ବାଣିଜ୍ୟ କାରବାର ଆଇନ୍ । କୃଷକ ସଶକ୍ତି କରଣ ଓ ସୁରକ୍ଷା ଦର ପ୍ରତିଶ୍ରୁତି ରାଜିନାମା ଏବଂ କୃଷି ସେବା ଆଇନ୍ । ଆବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ୍ ପ୍ରତ୍ୟାହାର ପାଇଁ ଆଜି କୋରାଇ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ର ସରକାର ଚଳିତ ଅଧୀବେଶନରେ କୃଷି ଓ କୃଷକଙ୍କ ପାଇଁ ୩ଟି ଆଇନ୍ ପ୍ରଣୟନ କରିଛନ୍ତି । ଯାହାକୁ କଂଗ୍ରେସ ତୀବ୍ର ବିରୋଧ କରିବା ସହିତ କେତେକ ରାଜ୍ୟରେ ଏହାର ପ୍ରତିବାଦରେ ଜନ ଜାଗରଣ କରି ଏହା କଳା ଆଇନ୍ ବୋଲି ଦାବି କରୁଛି । ତାହାକୁ ବିରୋଧକରି ବୁଧବାର କୋରାଇ ବ୍ଲକ କଂଗ୍ରସ ପକ୍ଷରୁ ବିକ୍ଷୋଭ କରିବା ସହିତ ପ୍ରତିବାଦ ସ୍ୱରୂପ ପ୍ଲା-କାର୍ଡଧରି ନାରାବାଜି କରାଯାଇଛି । ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କରଯାଇଥିବା ଏହି ପ୍ରତିବାଦରେ ବ୍ଳକର ୨୮ପଂଚାୟତରୁ ଆସିଥିବା ବହୁ ସଂଖ୍ୟକ କଂଗ୍ରେସ କର୍ମୀ ଓ କର୍ମକର୍ତାମାନେ ସାମିଲ ହୋଇଥିଲେ ।

କେନ୍ଦ୍ର ନେତୃତାଧୀନ ଏନଡିଏ ସରକାର ଦେଶରେ କୃଷି ଓ କୃଷକ ବିରୋଧରେ ଷଢ଼ଯନ୍ତ୍ର ଆରମ୍ଭ କରି ଦେଇଛନ୍ତି । ୩ଗୋଟି କୃଷକ ଆଇନ୍ ପ୍ରଣୟନ କରି ସବୁଜ ବିପ୍ଳବର ସଫଳତାକୁ ଧ୍ୱସଂ କରିବାକୁ ଚାହୁଁଛନ୍ତି । ଏହି ଆଇନ୍ ପ୍ରଣୟନ ହେଲେ କୃଷକ ସର୍ବସ୍ୱ ହରାଇବା ସହିତ ପୁଞ୍ଜିପତି ବେଶ ଲାଭବାନ ହେବେ । ଏହି ଆଇନ୍ କାର୍ଯ୍ୟକାରୀ ହେଲେ କ୍ଷୁଦ୍ର ଚାଷୀ, ଭାଗଚାଷୀ, ଶ୍ରମିକ ଶ୍ରେଣୀର ପରିବାର ଘୋର ପ୍ରଭାବିତ ହେବେ ଚାଷୀ ଉପ୍ତାଦିତ ଫସଲ ସଠିକ୍‌ଭାବେ ବିକ୍ରି କରି ପାରିବ ନାହିଁ । ଏହାକୁ ଶାଗ, ମୁଗ ଦରରେ ପୁଞ୍ଜିପତିକୁ ବିକ୍ରିକ କରି ଆର୍ଥିକ ସଙ୍କଟରେ ପଡ଼ିବ । ଏହା କାର୍ଯ୍ୟକାରୀ ହେଲେ ଆଇ ମଣ୍ଡି ଖୋଲିବାର ଆକଶ୍ୟକତା ପଡ଼ିବ ନାହିଁ । ଚାଷୀ ବିକ୍ରି କରିବାର ଉପଯୁକ୍ତ ବଜାର ପାଇବା ନାହିଁ । ଚାଷୀଙ୍କ ପାଖରେ ବଡ଼ବଡ଼ ବ୍ୟବସାହୀ ବା ସେମାନଙ୍କର ଏଜେଂଟ ପହଂଚି ଉପଯୁକ୍ତ ମୂଲ୍ୟ ଠାରୁ ବହୁ କମ୍ ମୂଲ୍ୟରେ ଖରିଦ୍ କରିବେ । ଯେଉଁଥି ପାଇଁ ଉତ୍ପାଦିନ ଶସ୍ୟର ମଧ୍ୟ ଅଭାବି ବିକ୍ରି ହେବ ବୋଲି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ପରିଡ଼ା ଦାବି କରିଛନ୍ତି । ଏହାକୁ ଜାତୀୟ ସ୍ତରରୁ ଗ୍ରାମାଚଂଳ ପର୍ଯ୍ୟନ୍ତ ସବୁଠାରେ ବିରୋଧ କରିବା ସହିତ ବିକ୍ଷୋଭ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

ଯାହାର ପ୍ରତିବାଦରେ ବ୍ଳକ ସଭାପତି ମଧୁସୂଦନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଡିଓ ଶ୍ୱେତା ସ୍ନିଗ୍ଧାଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୩ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପରିଡ଼ାଙ୍କ ସମେତ ଶ୍ରମିକନେତା ବିଦ୍ୟାଧର ମହାନ୍ତି, ବିଜୟ କୁମାର ବୋଇତାଇ, ନିରଞ୍ଜନ ନାୟକ, ନରହରି କୂଅଁର, ଅରୁପାନନ୍ଦ ମଲ୍ଲିକ, ମିର୍ଜା ଲୋକମାନ ବେଗ୍‌, ରବୀନ୍ଦ୍ର ମଲ୍ଲିକ, ଗୋବିନ୍ଦ ଜେନା, ସୁଦାମ ପଲେଇ, ଅମୂଲ୍ୟ କୁମାର ରାଜ. ଦିଲ୍ଲୀପ ମଲ୍ଲିକ, ଶ୍ୟାମ ସୁନ୍ଦର ଜେନା, ଆନନ୍ଦ ଚନ୍ଦ୍ର ଜେନା, ନୃସିଂହ ଚରଣ ମୁଦୁଲି, ଚିନ୍ମୟ ମହାରଣା, ପ୍ରୀତମ ରାଉତ, କୈଳାସ ଦାସ, ଦେବାଶିଷ ଦାଶ, ଗଜେନ୍ଦ୍ର କର, ସେକ୍ ଆଫ୍ରୋଜ, ଏମଡି ସାଜିଦ୍ ହଜାରୀ, ତଉଲୀ ସାମଲ, ରାମଚନ୍ଦ୍ର ରାଉତ, ବିଶ୍ୱଭୂଷଣ ମଲ୍ଲିକଙ୍କ ସମେତ ବହୁ କଂଗ୍ରେସ ନେତୃମଣ୍ଡଳୀ ଯୋଗ ଦେଇଥିଲେ । କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣଭାବେ ଓ କୋଭିଡ ନିୟମ ପାଳନ କରାଯାଇ ଏହି ପ୍ରତିବାଦ କରାଯାଇଥିବା ପ୍ରକାଶ କରାଯାଇଛି । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )

Exit mobile version