ସମ୍ବିଧାନ ଦିବସ ପାଳିତ : ସମ୍ବିଧାନର ମୁଖବନ୍ଧ ପାଠ ସହ ଆଇନ ସଚେତନତା କାର୍ଯ୍ୟକ୍ରମ


ଫୁଲବାଣୀ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ପକ୍ଷରୁ ଆଜି ସମ୍ବିଧାନ ଦିବସ ପାଳନ କରାଯାଇଛି । ଏହି ଅବସରରେ ଫୁଲବାଣୀସ୍ଥିତ ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ଫୁଲବାଣୀ ସମ୍ମିଳନୀ କକ୍ଷରେ ଭାରତୀୟ ସମ୍ବିଧାନର ମୁଖବନ୍ଧ ସାମୂହିକ ଭାବେ ପାଠ କରାଯିବା ସହ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମାନନୀୟ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମ ଶଙ୍କର ହୋତା, ପରିବାର ଅଦାଲତ ବିଚାରପତି ଶ୍ରୀମତୀ ରୂପଶ୍ରୀ ଚୌଧୁରୀ, ସ୍ଥାୟୀ ଲୋକ ଅଦାଲତ ଫୁଲବାଣୀ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୋଳଗୋବିନ୍ଦ ବାରିକ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ରମାକାନ୍ତ ମହାନ୍ତି,

ମହିଳା ଅଦାଲତ ବିଚାରପତି ଶ୍ରୀମତୀ ସ୍ଵପ୍ନା ସାଗରିକା ମିଶ୍ର, ରେଜିଷ୍ଟ୍ରାର ସିଭିଲ କୋର୍ଟ ଫୁଲବାଣୀ ଶ୍ରୀଯୁକ୍ତ ପ୍ରିୟ ରଞ୍ଜନ ଓଝା, ଏସ.ଡି.ଯେ.ଏମ. ଶ୍ରୀମତୀ ସୌମ୍ୟା ସୋନାଲିକା, ଜେ.ଏମ୍.ଏଫ.ସି, (ଏଲ.ଆର ଆଣ୍ଡ ଏଲ.ଟି.ଭି) ଶ୍ରୀଯୁକ୍ତ ବଦ୍ରିନାରାୟଣ ବିଶ୍ବାଳ, ଜେ.ଏମ.ଏଫ.ସି, ଫୁଲବାଣୀ ଅରୁଣିମା ପତି, ପବ୍ଲିକ ପ୍ରୋଷିକ୍ୟୁଟର, ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ନାଗ, ସରକାରୀ ଅଧିବକ୍ତା ଶ୍ରୀଯୁକ୍ତ ଜ୍ଞାନୀନ୍ଦ୍ର ନାଥ ପାଢୀ, ବାର ଆସୋସିଏସନ, ଫୁଲବାଣୀର ସଭାପତି ଶ୍ରୀଯୁକ୍ତ ଭଗବାନ ମହାନ୍ତି, ସମ୍ପାଦକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଫୁଲବାଣୀ ବାର ଆସୋସିଏସନର ଅନ୍ୟାନ୍ୟ ଆଇନଜୀବୀ, ଜିଲ୍ଲା କୋର୍ଟ ଫୁଲବାଣୀର କର୍ମଚାରୀ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଭାରତୀୟ ସମ୍ବିଧାନର ମୁଖବନ୍ଧର ମହତ୍ତ୍ୱ, ମୌଳିକ ଅଧିକାର, ମୌଳିକ କର୍ତ୍ତବ୍ୟ ରାଷ୍ଟ୍ରୀୟ ନିର୍ଦେଶମୂଳକ ନୀତି, କ୍ଷମତାର ପୃଥକୀକରଣ ଆଦି ବିଷୟ ଉପରେ ଆଲୋକପାତ କରାଯାଇଥିଲା । ଭାରତୀୟ ସମ୍ବିଧାନରେ ଉଲ୍ଲେଖିତ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭ୍ରାତୃତ୍ୱର ମୂଲ୍ୟବୋଧକୁ ଜୀବନରେ ପ୍ରତିଫଳିତ କରିବା ସହ ନିଜର ଅଧିକାର ପ୍ରତି ସଚେତନ ହେବା ଏବଂ ସମ୍ବିଧାନ ପ୍ରତି ନିଜର କର୍ତ୍ତବ୍ୟ ପାଳନ କରିବାର ଆବଶ୍ୟକତା ଉପରେ ଏହି ଅବସରରେ ଗୁରୁତ୍ୱ ଦିଆଯାଇଥିଲା । ସମ୍ବିଧାନର ମୂଳ ଆଦର୍ଶ ଓ ନାଗରିକଙ୍କ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

Exit mobile version