ଖଜୁରୀପଡ଼ାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି, ୩୦ଟି ଅଭିଯୋଗ ଗ୍ରହଣ

ଖଜୁରୀପଡ଼ା (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଖଜୁରୀପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ସୋମବାର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳ ଶ୍ରୀ ବେଦଭୂଷଣଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ଜନସାଧାରଣଙ୍କ ଠାରୁ ସେମାନଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଗ୍ରହଣ କରିବା ସହ ଶୁଣାଣି କରିଥିଲେ।ଶିବିରରେ ମୋଟ ୩୦ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (CMRF) ସହାୟତା ସମ୍ପର୍କିତ ୧ଟି, ଗୋଷ୍ଠୀଗତ ସମସ୍ୟା ନେଇ ୬ଟି ଏବଂ ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ୨୩ଟି ଅଭିଯୋଗ ରହିଥିଲା।

ଅଭିଯୋଗଗୁଡ଼ିକର ଶୁଣାଣି କରି ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବେଦନଗୁଡ଼ିକର ଯଥାଶୀଘ୍ର ଯାଞ୍ଚ ଓ ନିୟମାନୁଯାୟୀ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ଓ ସରକାରୀ ସେବାକୁ ଅଧିକ ଲୋକାଭିମୁଖୀ କରିବା ଏହି ଜନ ଅଭିଯୋଗ ଶୁଣାଣିର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ *‘ଟିଚ କନ୍ଧମାଳ’* କାର୍ଯ୍ୟକ୍ରମ ଅଧୀନରେ ମଧ୍ୟ ବିଭିନ୍ନ ବିଦ୍ୟାଳୟକୁ ଅଧିକାରୀମାନେ ପରିଦର୍ଶନ କରି ଶିକ୍ଷାଦାନ ବ୍ୟବସ୍ଥା ଓ ଶିକ୍ଷାର ଗୁଣାତ୍ମକ ମାନ ଅନୁଧ୍ୟାନ କରିଥିଲେ।

Exit mobile version