ଦି ଟ୍ରାଭେଲର୍ସ ସ୍ପା ସେଣ୍ଟରେ ପୋଲିସ ପକ୍ଷରୁ ଚଢ଼ାଉ, ୬ ଅଟକ


ପୁରୀ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଚକ୍ରତୀର୍ଥ ରୋଡ୍‌ସ୍ଥିତ ଦି ଟ୍ରାଭେଲର୍ସ ସ୍ପା ସେଣ୍ଟରରେ ଅନୈତିକ କାର୍ଯ୍ୟକଳାପ ଅଭିଯୋଗରେ ସମୁଦ୍ରକୂଳ ଥାନା ପୋଲିସର ଚଢ଼ାଉ, ୬ ଜଣ ଅଟକ ପୁରୀ ସହରର ସମୁଦ୍ରକୂଳ ଥାନା ଅଧୀନସ୍ଥ ଚକ୍ରତୀର୍ଥ ରୋଡ୍‌ରେ ଥିବା ଦି ଟ୍ରାଭେଲର୍ସ ସ୍ପା ସେଣ୍ଟରରେ ଅନୈତିକ କାର୍ଯ୍ୟକଳାପ ଚାଲୁଥିବା ସମ୍ପର୍କରେ ସୂଚନା ପାଇ ସମୁଦ୍ରକୂଳ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା ।


ଏହି ଚଢ଼ାଉ ସମୟରେ ଘଟଣାସ୍ଥଳରୁ ୩ ଜଣ ଗ୍ରାହକ, ୨ ଜଣ ପୀଡ଼ିତା ଏବଂ ସ୍ପା ସେଣ୍ଟରର ମ୍ୟାନେଜରଙ୍କୁ ମିଶାଇ ମୋଟ ୬ ଜଣଙ୍କୁ ଅଟକ ରଖାଯାଇଛି । ଏହି ଘଟଣା ସମ୍ପର୍କରେ ସମୁଦ୍ରକୂଳ ଥାନାରେ କେସ୍ ନଂ ୩୮୨/୨୬ ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଏହି କାର୍ଯ୍ୟକଳାପରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେ ଦିଗରେ ମଧ୍ୟ ତଦନ୍ତ କରାଯାଉଛି।ପୀଡ଼ିତାମାନଙ୍କ ସୁରକ୍ଷା ଓ ଆବଶ୍ୟକୀୟ ସହାୟତା ନିମନ୍ତେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉଛି ।

Exit mobile version