ପାରଳାଖେମୁଣ୍ଡି ଥାନା ଏବଂ ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନା, ଗଜପତିର ମିଳିତ ଆନୁକୂଲ୍ୟରେ ‘ନିଶା ମୁକ୍ତ ଓଡ଼ିଶା ଅଭିଯାନ’ କାର୍ଯ୍ଯକ୍ରମ ଅନୁଷ୍ଠିତ


​
ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ସମ୍ବିଧାନ ଦିବସ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି (ସ୍ୱୟଂଶାସିତ) ମହାବିଦ୍ୟାଳୟରେ ପାରଳାଖେମୁଣ୍ଡି ଥାନା ଏବଂ ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ (CC & EO) ଥାନା, ଗଜପତିର ମିଳିତ ସହଯୋଗରେ ‘ନିଶା ମୁକ୍ତ ଓଡ଼ିଶା ଅଭିଯାନ’ ଏବଂ ‘ସାଇବର ଅପରାଧ ନିବାରଣ’ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ରାଧାକାନ୍ତ ଭୂୟାଁଙ୍କ ସଭାପତିତ୍ୱରେ ଏବଂ ଅଧ୍ୟାପକ ଡଃ ପି.ସି. ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପକ-ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

ମୁଖ୍ୟ ଅତିଥି ତଥା ବକ୍ତା ଭାବେ ଯୋଗଦେଇ ପାରଳାଖେମୁଣ୍ଡି ଥାନା ଅଧିକାରୀ ଇନ୍ସପେକ୍ଟର ପ୍ରଶାନ୍ତ ଭୂପତି ଏବଂ CC & EO ଥାନାର ଇନ୍ସପେକ୍ଟର ଟୁନା ଶବର ନିଶା ମୁକ୍ତ ଅଭିଯାନ ଅନ୍ତର୍ଗତ ନିଶା ସେବନର ଆଇନଗତ ଓ ସ୍ୱାସ୍ଥ୍ୟଗତ କୁପ୍ରଭାବ ସହ ଅତ୍ୟାବଶ୍ୟକ ସାଇବର ସୁରକ୍ଷା ଉପାୟ ବିଷୟରେ ଯୁବପିଢ଼ିଙ୍କୁ ସଚେତନ କରାଇଥିଲେ । ଏହି ଅବସରରେ ପୋଲିସ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରି ଅନଲାଇନ୍ ଠକେଇ, ଡିଜିଟାଲ୍ ସୁରକ୍ଷା ଏବଂ ଯୁବପିଢ଼ିଙ୍କ ମଧ୍ୟରେ ନିଶା ନିବାରଣ ସମ୍ପର୍କିତ ବିଭିନ୍ନ ସାଧାରଣ ସମସ୍ୟା ଓ ପ୍ରଶ୍ନର ସମାଧାନ କରିଥିଲେ ।

Exit mobile version