୩ ବର୍ଷରେ ୧୩ ପୁଲିସ ଅଧିକାରୀଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ

ଭୁବନେଶ୍ୱର  (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଗତ ତିନି ବର୍ଷ ମଧ୍ୟରେ ଓଡ଼ିଶାର ୧୩ ଜଣ ପୁଲିସ ଅଧିକାରୀଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ଆସିଛି । ୨୦୨୩ରୁ ୨୦୨୫ ମଧ୍ୟରେ ଏହି ଅଭିଯୋଗ ଆସିଥିବା ନେଇ ସୋମବାର ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ତଥ୍ୟ ରଖିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ଇନ୍ସପେକ୍ଟର, ୩ ଜଣ ସବ୍‌ଇନ୍ସପେକ୍ଟର ଏବଂ ୬ ଜଣ ଏଏସ୍‌ଆଇ ଅଛନ୍ତି। ଏମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇଛି । ଏଥିମଧ୍ୟରୁ ୯ଟି ମାମଲାରେ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ଅନ୍ୟ ମାମଲାଗୁଡ଼ିକର ତଦନ୍ତ ଜାରି ରହିଛି । ଏହାସହ ଜଣେ ଏଏସ୍‌ଆଇଙ୍କ ବିରୋଧରେ ପୋକ୍ସୋ ଆଇନରେ ମଧ୍ୟ ମାମଲା ରୁଜୁ ହୋଇଥିବା ଉତ୍ତରରେ ଉଲ୍ଲେଖ ରହିଛି ।

Exit mobile version