ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଗଜପତି ଜିଲ୍ଲା ଅନ୍ତର୍ଗତ ଗୋଷାଣୀ ବ୍ଲକରେ ଅର୍ଣ୍ଣବ ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଗୋଷାଣୀ ବ୍ଲକ କଂଗ୍ରେସ ସଭାପତି ଙ୍କ ଏ. ଶ୍ରୀନିବାସ ରାଓଙ୍କ ନେତୃତ୍ୱରେ ବିଭିନ୍ନ ଗ୍ରାମରେ କମ୍ବଳ ଓ ଶାଢ଼ି ବଣ୍ଟନ ଗଜପତି ଜିଲ୍ଲାର ଗୋସାଣୀ ବ୍ଲକ ଅନ୍ତର୍ଗତ ଅର୍ଣ୍ଣବ ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଗ୍ରାମର ଜନସାଧାରଣଙ୍କ ସହାୟତା ପାଇଁ ଆଗେଇ ଆସିଛି ଗୋସାଣୀ ବ୍ଲକ କଂଗ୍ରେସ। ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଏ. ଶ୍ରୀନିବାସ ରାଓଙ୍କ ନେତୃତ୍ୱ, ଉଦ୍ୟମ ଓ ସକ୍ରିୟ ସହଯୋଗରେ ନଭେମ୍ବର ୨୧ ତାରିଖ ଶନିବାର ଦିନ ବିଭିନ୍ନ ବାତ୍ୟା ଓ ବନ୍ୟା ପ୍ରଭାବିତ ଗ୍ରାମରେ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା ।
