ଶ୍ରୀ ଅଭିରାମ ସାଂସ୍କୃତିକ କେନ୍ଦ୍ର,ଦିଲ୍ଲୀ ତରଫରୁ ସାନିଟାଇଜର ଷ୍ଟାଣ୍ଡ ଦାନ

ଓଡ଼ିଶା ତାଜା ନ୍ୟୁଜ (୦୭ ଅକ୍ଟୋବର ବୁଧବାର ) ନୂଆଦିଲ୍ଲୀ :- ଆଡ଼ଚିନୀ ସ୍ଥିତ ଶ୍ରୀ ଅଭିରାମ ସାଂସ୍କୃତିକ କେନ୍ଦ୍ର, ଦିଲ୍ଲୀ ଦ୍ୱାରା କରୋନା ମହାମାରୀ ର ସଂକଟ କାଳରେ ବହୁବିଧ ସମାଜସେବା କାର୍ଯ୍ୟ କରାଯାଉଥିବା ଲକ୍ଷ୍ୟ କରାଯାଉଛି । କେନ୍ଦ୍ର ର କର୍ମକର୍ତ୍ତା ଓ ସ୍ବେଛାସେବୀ ମାନଙ୍କ ଦ୍ୱାରା ଲକଡାଉନ ଯୋଗୁଁ ବେକାର ବସିଥିବା ଶ୍ରମିକ ଓ ଅସହାୟ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ରିଲିଫ ଏବଂ ମାକ୍ସ ବଣ୍ଟନ କରାଯାଇଛି । ନିକଟରେ କୋଭିଡ ସଂକ୍ରମଣକୁ ରୋକିବା ଏବଂ ଜନସାଧାରଣଙ୍କ ସୁରକ୍ଷା ପାଇଁ କେନ୍ଦ୍ର ତରଫ ରୁ ଦିଲ୍ଲୀ ର ଜନବହୁଳ ସ୍ଥାନ ମାନଙ୍କର ସାନିଟାଇଜର ଷ୍ଟାଣ୍ଡ ମାନ ଲଗାଯାଇଥିବା ଜଣାଯାଇଛି । ଏହି ସ୍ଥାନ ଗୁଡ଼ିକ ହେଲା କୋଟଲାର ତ୍ୟାଗରାଜ ନଗର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର, ଇଣ୍ଡିଆନ ବ୍ୟାଙ୍କର ଆଡ଼ଚିନୀ ଶାଖା, ଚ୍ଛତରପୁର

ମନ୍ଦିର, ସାକେତର ଜିଲ୍ଲା କୋର୍ଟ, ଆଡ଼ଚିନୀ ମୁଖ୍ୟ ରାସ୍ତା ଶ୍ରୀ ଅରବିନ୍ଦ ମାର୍ଗ ଏବଂ ଯୌନାପୁର ଗାଁ ସ୍ଥିତ ଜ୍ଞାନକୁଞ୍ଜ ପବ୍ଲିକ ସ୍କୁଲ । ଉପରୋକ୍ତ ସଂସ୍ଥା ମାନଙ୍କୁ ସାନିଟାଇଜର ଷ୍ଟାଣ୍ଡ ଗୁଡ଼ିକ ଶ୍ରୀ ଅଭିରାମ ସାଂସ୍କୃତିକ କେନ୍ଦ୍ର ର ଅଧ୍ୟକ୍ଷ ବିଜୟ କୁମାର ସାମଲଙ୍କର ନେତୃତ୍ୱରେ ଦାନ କରାଯାଇଥିଲା । ଏହି ଅବସରରେ ଉପସ୍ଥିତ ଥିବା କେନ୍ଦ୍ରର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ମଧ୍ୟରେ ସର୍ବେଶ୍ୱର ସାହୁ, ସୌମ୍ୟଶ୍ରୀ ନାୟକ, ଉମେଶ ରାଉଳ, ଦେବେନ୍ଦ୍ର କୁମାର ସେଜୱାଲ, ତ୍ରିଲୋଚନ ଜେନା, ରମେଶ ଚନ୍ଦ୍ର,ଜୟରାମ ବାରିକ ଓ ସୁସେନ ବାରିକ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । କରୋନା ମହାମାରୀ କୁ ମୁକାବିଲା କରିବା ପାଇଁ ଶ୍ରୀ ଅଭିରାମ ସାଂସ୍କୃତିକ କେନ୍ଦ୍ର ତରଫରୁ ଭବିଷ୍ୟତରେ ମଧ୍ୟ ମାନବିକ, ଦାତବ୍ୟ ଓ ଜନକଲ୍ୟାଣକାରୀ ସେବାକାର୍ଯ୍ୟ ମାନ ଜାରୀ ରହିବ ବୋଲି ଅଧ୍ୟକ୍ଷ ଶ୍ରୀ ସାମଲ ଘୋଷଣା କରିଥିଲେ ।

Exit mobile version