୬୫ ତମ ଜାତୀୟ ଫାର୍ମାସୀ ସପ୍ତାହ ପାଳିତ ସୁସ୍ଥତର ଭବିଷ୍ୟତ ନିମନ୍ତେ ଫାର୍ମାସୀଷ୍ଟଙ୍କ ସଶକ୍ତୀକରଣ

ପୁରୀ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଗୋପାଳପୁର ସ୍ଥିତ ଆଇଏମଟି ଫାର୍ମାସୀ କଲେଜ ଆନୁକୁଲ୍ଯରେ ୬୫ତମ ଜାତୀୟ ଫାର୍ମାସୀ ସପ୍ତାହ, ନଭେମ୍ବେର ୧୫ ରୁ ୨୧ ମଧ୍ୟରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି । ୬୫ତମ ଜାତୀୟ ଫର୍ମାସୀ ସପ୍ତାହ ପାଳନ ଅବସରରେ, ପ୍ରଥମେ କଲେଜ୍ ପରିସର ମଧ୍ୟରେ ଶୈକ୍ଷିକ ନିର୍ଦ୍ଦେଶକ, ପ୍ରଫେସର୍ ଡ଼ ଅନ୍ନଦା ପ୍ରାସାଦ ମହାପାତ୍ର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟପିକା ଓ ଛାତ୍ରଛାତ୍ରୀମାନଙ୍କ ଗହଣରେ,

ଜାତୀୟ ଫାର୍ମାସୀ ସପ୍ତାହ – ପତାକା ଉତ୍ତୋଳନ କରି, ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ, ଶନିବାର ଅପରାହ୍ନରେ କଲେଜ ପ୍ରେକ୍ଷାଳୟରେ ଆୟୋଜିତ ସଭାକୁ ମୁଖ୍ୟବକ୍ତା ଭାବେ ସମ୍ବୋଧିତ କରି କଲେଜର ପ୍ରଶାସନିକ ନିର୍ଦ୍ଦେଶକ ମନୋଜ କୁମାର ରଥ କହିଲେ ଯେ, ଫାର୍ମାସୀ ବୃତ୍ତିର ଉତ୍ଥାନ ପାଇଁ ଫାର୍ମାସୀ ଛାତ୍ରଛାତ୍ରୀ ମାନଙ୍କ ଦୃଢ ଆତ୍ମବିଶ୍ବାସ ଓ ବୃତ୍ତିଗତ ଶ୍ରଦ୍ଧା ରହିବା ଅତ୍ୟନ୍ତ ଆବଶ୍ୟକ ।

ସଭାର ସଭାପତିତ୍ଵ କରି, ଶୈକ୍ଷିକ ନିର୍ଦ୍ଦେଶକ ପ୍ରଫେସର୍ ଡ଼ ଅନ୍ନଦା ପ୍ରାସାଦ ମହାପାତ୍ର, ଫାର୍ମାସୀ ବୃତ୍ତିଗତ ଉତ୍କର୍ଷ ଲାଭ କରିବା ସହିତ ସାମାଜିକ ପ୍ରତିଷ୍ଠା ପାଇଁ ଫାର୍ମାସୀ ଛାତ୍ରଛାତ୍ରୀମାନେ ଚେଷ୍ଟା କରିବା ଉଚିତ୍ ବୋଲି କହିଥିଲେ । ଅଧ୍ୟକ୍ଷ ପ୍ରଫେସର ଡ଼ ଶୁଭକାନ୍ତ ଦାଶ ବିଦ୍ୟାର୍ଥୀ ମାନଙ୍କୁ ଶୃଙ୍ଖଳିତ ଓ ପରିଶ୍ରମି ହେବାକୁ ଉତ୍ସାହିତ କରିଥିଲେ । ସଭାରେ କ୍ରମେ ଉଦ୍ବୋଧନ ଦେଇଥିଲେ ଉପାଧ୍ୟକ୍ଷ ଡ଼ ତୁଷାର ରଞ୍ଜନ ମହାପାତ୍ର, ବିଭାଗମୁଖ୍ୟ ଯଥା ଅଧ୍ୟାପକ ଡ଼ ନିଗମଜ୍ୟୋତି ମାଈତି, ଡ଼ ଧର୍ମେନ୍ଦ୍ର ପ୍ରଧାନ, ଜଗନ୍ନାଥ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଫାର୍ମାସୀ ସପ୍ତାହ ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି ଅବସରରେ ଉପସ୍ଥିତ ଥିଲେ ଅଧ୍ୟାପକ ଦେବଦତ୍ତ ସାହୁ, ଦେବାଶିଷ ଦାସ, ଜ୍ୟୋତିର୍ମୟୀ ଦାଶ,  ସ୍ମୃତିକ ଦାଶ, ପାର୍ଥସାରଥୀ ପାତ୍ର, ଦିବ୍ୟପ୍ରଭା ଦାଶ, ସୁଜିତ ହରିଚନ୍ଦନ, ଅଭିମନ୍ୟୁ ମୁଦୁଲି, ପ୍ରସାଦ ମହାପାତ୍ର, ବିଭୁ ପ୍ରସାଦ ବେଦ୍ମାତା ଉପସ୍ଥିତ ଥିବାବେଳେ ସଭାକୁ ଅଧ୍ୟାପିକା ବିଷ୍ଣୁପ୍ରିୟା ଜ୍ଯୋତିଷ ସଞ୍ଚାଳନ କରିଥିଲେ । ଶେଷରେ ଅଧ୍ୟାପିକା ବର୍ଷା ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବର ପରିଚଳନାରେ ସହାୟତା କରିଥିଲେ ନିରଞ୍ଜନ ନାୟକ, ଲକ୍ଷ୍ମୀନାରାୟଣ ସେଠୀ ଓ ଅନୁଷ୍ଠାନର ସମସ୍ତ କର୍ମଚାରୀଗଣ ।

Exit mobile version