ନୟାଗଡ଼ ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ : ଦଳୀୟ ଶୃଙ୍ଖଳା ଓ ସାଙ୍ଗଠନିକ ସୁଦୃଢ଼ତା ଉପରେ ଗୁରୁତ୍ୱ

ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟିର ଏକ ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଡିସିସି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପିସିସି ଉପସଭାପତି ତଥା ନୟାଗଡ଼ ଜିଲ୍ଲା ପ୍ରଭାରୀ ଶ୍ରୀ ମାନସ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଙ୍ଗଠନିକ ସୁଦୃଢ଼ତା, ନେତା ମାନଙ୍କ ମଧ୍ୟରେ ସମନ୍ୱୟ, ଜିଲ୍ଲାରେ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ଆହୁରି ମଜବୁତ କରିବା ସହ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା l

ପ୍ରଭାରୀ ଶ୍ରୀ ଚୌଧୁରୀ ଦଳୀୟ ଶୃଙ୍ଖଳା ଉପରେ କଠୋର ଆଭିମୁଖ୍ୟ ନେଇ ଦଳ ଭିତରେ ଶୃଙ୍ଖଳା ବଜାୟ ରଖିବା ଉପରେ ନେତୃବୃନ୍ଦ ଗୁରୁତ୍ୱ ଦେବାପାଇଁ ପରାମର୍ଶ ଦେଇ କୌଣସି ପ୍ରକାରର ଦଳୀୟ ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ବୈଠକରେ ରୋକଠୋକ ନିଷ୍ପତ୍ତି ଶୁଣାଇଛନ୍ତି l ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ସଂଗଠନ ସମ୍ପର୍କରେ ଦୀର୍ଘ ସମୟ ଶୁଣିଥିଲେ ପିସିସି ପ୍ରଭାରୀ l ନଭେମ୍ବର ୨୫ ତାରିଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ଦିବସକୁ ବ୍ୟାପକ ଭାବେ ପାଳନ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ସମ୍ବିଧାନ ବଞ୍ଚାଓ ରାଲି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାରୁ ପ୍ରାୟ ଏକ ହଜାର ଦଳୀୟ କର୍ମୀ ଯୋଗ ଦେଇଥିଲେ l

ତୃଣମୂଳ ସ୍ତରରେ ସାଙ୍ଗଠନିକ ସୁଦୃଢ଼ତା ଓ ନେତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା। ଦଳୀୟ ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ୱ; ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି କଠୋର ନିଷ୍ପତ୍ତି।ଆସନ୍ତା ନଭେମ୍ବର ୨୫ରେ ସମ୍ବିଧାନ ଦିବସ ପାଳନ ପାଇଁ ପ୍ରସ୍ତୁତି। ପିସିସି ସାଧାରଣ ସମ୍ପାଦକ ସତ୍ୟବ୍ରତ ନାୟକ, ପିସିସି ସମ୍ପାଦକ ବିଭୂପ୍ରସାଦ ମିଶ୍ର, ବରିଷ୍ଠ ନେତା ପୂର୍ବତନ ସାଂସଦ ନକୁଳ ନାୟକ, ଲକ୍ଷ୍ମୀଧର ତ୍ରିପାଠୀ,ହୁସେନ ଖାଁ, ବିନୋଦିନୀ ମହାନ୍ତି, ଅମଜାଦ ଖାଁ, ଧ୍ରୁବଚରଣ ପରିଡା, ସୁକାନ୍ତ ଶତପଥୀ ପ୍ରତିମା ଜେନା, ସସ୍ମିତା ଦାଶ, ଆଲୋକ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସାନ୍ତ, ଡିସିସି କିସାନ ସେଲ ସଭାପତି ଲଡ଼ୁକେଶ୍ୱର ଷଡ଼ଙ୍ଗୀ, ଡିସିସି ପୀତବାସ ଖୁଣ୍ଟିଆ,ରାଜ୍ୟ ସେବାଦଳ ସାଧାରଣ ସମ୍ପାଦଳ ସାଧାରଣ ସମ୍ପାଦକ ମନୋଜ ସାହୁ, ରାଜ୍ୟ ଓବିସି ସାଧାରଣ ସମ୍ପାଦକ ନାରାୟଣ ସାହୁ,

ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ବୈଜୟନ୍ତୀମାଳା ମହାନ୍ତି,ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ, ନୟାଗଡ଼ କଲେଜ ଛାତ୍ରସଂସଦ ଉପସଭାନେତ୍ରୀ ସୁନନ୍ଦା ଲେଙ୍କା, ବ୍ଲକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ହାସୀମ ଖାଁ, ଅଶୋକ ନାୟକ, ଶତ୍ରୁଘ୍ନ ପାଇକେରାୟ, ବୁଲୁ ପରିଡା, ବାଙ୍କବିହାରୀ ଧଳ, ନୟାଗଡ଼ ମୁନିସିପାଲିଟି ସଭାପତି ରାଜକିଶୋର ଜେନା, ଓଡଗାଁ ଏନଏ ସି ସଭାପତି ବିଭୁତି ରାଉତ, ରଣପୁର ସଭାପତି ପ୍ରଭାତ ଦଳେଇ, ଖଣ୍ଡପଡା ସଭାପତି ସନ୍ତୋଷ ସାହୁ ଏବଂ ସମସ୍ତ ଜୋନ କଂଗ୍ରେସ ସଭାପତି, ଯୁବ ଛାତ୍ର କଂଗ୍ରେସ କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗଦେଇ ଚାରି ଘଣ୍ଟା ବ୍ୟାପି ସାଙ୍ଗଠନିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ନଭେମ୍ବର ୨୬ ସମ୍ବିଧାନ ଦିବସ ପାଳନ ଭୁବନେଶ୍ୱର ରେ ଆୟୋଜିତ ସମ୍ବିଧାନ ବଞ୍ଚାଓ ରାଲିରେ ନୟାଗଡ଼ ଜିଲ୍ଲାରୁ ପ୍ରାୟ ଏକ ହଜାର ଦଳୀୟ କର୍ମୀ ଯୋଗଦେବା ନିଷ୍ପତି କରାଯାଇଛି l

Exit mobile version