ଏକାଦଶୀ ରେ ହବିଷ୍ୟାଳୀ ମା ଙ୍କୁ ଫଳ ବଣ୍ଟନ


ପୁରୀ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ପବିତ୍ର ଏକାଦଶୀ ତିଥିରେ ହବିଷ୍ୟାଳୀ ମା ମାନଙ୍କୁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଙ୍କ ପରାମର୍ଶ କ୍ରମେ ପ୍ରଶାସନ ପକ୍ଷରୁ ଫଳ ବଣ୍ଟନ କରାଯାଇଥିଲା । ବୃନ୍ଦାବତୀ ନିବାସ,ମୋତି ସାହି କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଠାରେ ରହୁଥିବା ସମସ୍ତ ମା ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ବୃନ୍ଦାବତୀ ନିବାସ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଉପ ଜିଲ୍ଲାପାଳ ନୀଳ ମାଧବ ମାଝୀ ଙ୍କ ତତ୍ବାବଧାନରେ ଫଳ ବଣ୍ଟନ କରାଯାଇଥିଲା ।

ସେହିପରି ମୋଚି ସାହି କଲ୍ୟାଣ ମଣ୍ଡପ ହବିଷ୍ୟାଳୀ କେନ୍ଦ୍ର ର ମା ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ,ଅନୁଶ୍ରବ ଗନ୍ତାୟତ ପ୍ରମୁଖ ଉପସ୍ଥିତ ରହି ଫଳ ବଣ୍ଟନ କରିଥିଲେ । ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ହବିଷ୍ୟାଳୀ କେନ୍ଦ୍ର ରେ ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା,ଉପ ଜିଲ୍ଲାପାଳ ରାଜ କିଶୋର ଜେନା ପ୍ରମୁଖ ଙ୍କ ତତ୍ବାବଧାନରେ ଫଳ ବଣ୍ଟନ କରାଯାଇଥିଲା ।

ଏହି ଫଳ ବଣ୍ଟନ କାର୍ଯ୍ୟ ରେ ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟ ର ଉପ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ରାଣୀ ପରିଡ଼ା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ କାର୍ତ୍ତିକ ମାସର ଦୁଇଟି ଯାକ ଏକାଦଶୀ ରେ ପ୍ରଶାସନ ପକ୍ଷରୁ ସମସ୍ତ ହବିଷ୍ୟାଳୀ ମା ମାନଙ୍କୁ ଫଳ ବଣ୍ଟନ କରାଯିବା ସହ ମହାପ୍ରସାଦର ମଧ୍ୟ ବ୍ୟବସ୍ଥା ହୋଇଥାଏ ।

Exit mobile version