ଖଣ୍ଡପଡ଼ା ଶ୍ରୀଜଗନ୍ନାଥ ଜୀଉଙ୍କ ଲକ୍ଷ୍ମୀ ନାରାୟଣ ବେଶ

ଖଣ୍ଡପଡ଼ା (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ପବିତ୍ର କାର୍ତ୍ତିକ ମାସର ବଡ ଏକାଦଶୀ ତିଥିରେ ଖଣ୍ଡପଡ଼ା ସହରର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଲକ୍ଷ୍ମୀ ନାରାୟଣ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି l ମହାପ୍ରଭୁଙ୍କର ଏହି ମନୋଲୋଭା ବେଶ ଦର୍ଶନ ନିମନ୍ତେ ସଂନ୍ଧ୍ଯା ଆଳତି ସମୟରେ ମନ୍ଦିର ପରିସରରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ବିଗ୍ରହଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ପରିସରରେ ବ୍ୟାପକ ବ୍ୟବସ୍ଥା କରିଥିବା ବେଳେ ଖଣ୍ଡପଡ଼ା ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ଜଣାପଡିଛି ।

Exit mobile version