ଓଡ଼ିଶା ପୋଲିସ ମହାସଂଘର ବିଭିନ୍ନ ଦାବୀ ନେଇ ସାମ୍ବାଦିକ ସମ୍ମିଳନୀ

କଟକ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ବିଭିନ୍ନ ସମସ୍ୟାକୁ ନେଇ ଆଜି କଟକ ବକ୍ସିବଜାର ରିଜର୍ଭ ଲାଇନ୍ ର ଓଡ଼ିଶା ପୋଲିସ୍ ଅଫିସର୍ସ ସଂଘ ଓ ଓଡ଼ିଶା ପୋଲିସ୍ ହାବିଲଦାର, ସିପାହୀ ଓ କନେଷ୍ଟବଳ ମହାସଂଘ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀ ରେ ଓଡ଼ିଶା ପୋଲିସ୍ ଅଫିସର୍ସ ସଂଘର ସଭାପତି ଶ୍ରୀ ଅଜିତ ରଞ୍ଜନ ଜେନା, ଓଡ଼ିଶା ପୋଲିସ୍ ହାବିଲଦାର, ସିପାହୀ ଓ କନେଷ୍ଟବଳ ମହାସଂଘର ସଭାପତି ଶ୍ରୀ ଅନିଲ୍ କୁମାର ଷଣ୍ଢ ଏବଂ ସମ୍ପାଦକ ଶ୍ରୀ କିଶୋର କୁମାର ମହାନ୍ତିଙ୍କ ସହିତ ବହୁ କର୍ମକର୍ତ୍ତା ତଥା ସଦସ୍ୟମାନେ ଉପସ୍ଥିତ ଥିଲେ। ଓଡ଼ିଶା ପୋଲିସ୍ ଜନସାଧାରଣଙ୍କ ସେବାରେ ଦୀର୍ଘ ୯୦ ବର୍ଷ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ କୈ।ଣସି ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଇନାହିଁ ।

ବାରମ୍ବାର ଅନୁରୋଧ ତଥା ଦାବି କରିବା ସତ୍ତ୍ୱେ ରାଜ୍ୟ ସରକାର ଓଡ଼ିଶା ପୋଲିସ୍ ବିଭାଗ ପ୍ରତି ବିମୁଖ ହେବା ଏବଂ ଅଣଦେଖା କରୁଥିବା ଏକ ଦୁଃଖଦ ଘଟଣା। ବର୍ତ୍ତମାନ ପରିସ୍ଥିତି ରେ ଜନସାଧାରଣଙ୍କ ସେବା ଲାଗି ନିଜ ଅମୂଲ୍ୟ ଜୀବନ କୁ ସମର୍ପିତ କରିଥିବା ଏହି ପୋଲିସ୍ ବାହିନୀ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେବା, ଦୂର୍ଘଟଣା ରେ ପ୍ରାଣ ହରାଇବା ସହ ଧାର୍ଯ୍ୟ ସମୟ ଠାରୁ ଅଧିକ ସମୟ ପର୍ଯ୍ୟନ୍ତ କର୍ତ୍ତବ୍ୟ ସମ୍ପାଦନ କରିବାକୁ ନେଇ ରୋଗାକ୍ରାନ୍ତ ହେବା ପରେ ଚିକିତ୍ସା ପାଇଁ ଅର୍ଥାଭାବ ଯୋଗୁଁ ଡାକ୍ତରଖାନାକୁ ଯିବାକୁ ଭୟ କରୁଛନ୍ତି। ଯାହା ଫଳରେ କି ସେମାନଙ୍କ ସ୍ଥିତି ବର୍ତ୍ତମାନ ସମସ୍ୟା ଘେରରେ।

ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଓଡ଼ିଶା ପୋଲିସ୍ ବାହିନୀ ର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଲାଗି ଦଶ ଲକ୍ଷ ଟଙ୍କା ର ସ୍ବାସ୍ଥ୍ୟ କାର୍ଡ ଯୋଗାଇ ଦେବାକୁ ଦାବି କରିଥିଲେ, ଯାହା ଫଳରେ କି ସମସ୍ତ ପୋଲିସ କର୍ମଚାରୀ ମାନେ ସ୍ଵାସ୍ଥ୍ୟଗତ ସମସ୍ୟା କୁ ନେଇ ଚିନ୍ତା ମୁକ୍ତ ରହିବା ସହ ଜନସାଧାରଣଙ୍କୁ ଉଚିତ ସେବା ପ୍ରଦାନ କରିପାରିବେ। ଏହି ସମ୍ମିଳନୀରେ ସମସ୍ତ ସଂଘର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତା ମାନେ ଗଣମାଧ୍ୟମ ଜରିଆରେ ଏହି ଦାବି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଉପସ୍ଥାପନ କରିବା ସହ ଯଦି ଏହି ଦାବୀ ଗୁଡିକୁ ରାଜ୍ୟ ସରକାର ଆସନ୍ତା ୧୫ ଦିନ ମଧ୍ୟରେ ପୁରଣ ନ କରନ୍ତି ତେବେ ସମଗ୍ର ଓଡ଼ିଶାର ପୋଲିସ୍ ବାହିନୀ ବାଧ୍ୟ ହୋଇ ଆନ୍ଦୋଳନପନ୍ଥା ଆପଣେଇବ ବୋଲି ମତପ୍ରକାଶ କରିଥିଲେ ଏବଂ ଏହି ସମୟରେ ଜନସାଧାରଣଙ୍କ ସମସ୍ତ ଅସୁବିଧାର ଦାୟୀ ରାଜ୍ୟ ସରକାର ରହିବେ ବୋଲି ଚେତାବନୀ ଦେଇଥିଲେ।

Exit mobile version