ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଟ୍ରାଫିକ କଟକଣା, ଜରୁରୀକାଳୀନ ସେବା ଯାନକୁ ମିଳିବ ଅନୁମତି

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ନଭେମ୍ବର ୨୪ ଓ ୨୫ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତକୁ ଦୃଷ୍ଟିରେ ରଖି କମିସନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଜାରି କରାଯାଇଛି । ଗସ୍ତ ସୂଚୀ ଅନୁଯାୟୀ, ନଭେମ୍ବର ୨୪ ତାରିଖ ମଧ୍ୟାହ୍ନରେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚି ଲୋକଭବନ ଯିବେ । ସନ୍ଧ୍ୟାରେ କଟକରେ ଆୟୋଜିତ ‘ବାଲିଯାତ୍ରା ଉତ୍ସବ-୨୦୨୬’ରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।

ନଭେମ୍ବର ୨୪ରେ ଟ୍ରାଫିକ କଟକଣା :

– ମଧ୍ୟାହ୍ନ ୧୨ଟା ୨୦ରୁ ୧୨ଟା ୪୦ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ, କ୍ୟାପିଟାଲ ହସ୍ପିଟାଲ ଛକ, ଏଜି ଛକ ଓ ଲୋକସେବା ଭବନ ଛକରେ ଯାନବାହନ ଚଳାଚଳ ବନ୍ଦ ରହିବ।

– ଅପରାହ୍ନ ୩ଟା ୫୦ରୁ ୪ଟା ୫୦ ପର୍ଯ୍ୟନ୍ତ ଲୋକଭବନ ଛକ, ପାୱାର ହାଉସ ଛକ, ୧୨୦ ବାଟାଲିୟନ ଛକ, ଶାସ୍ତ୍ରୀନଗର, ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ବାଣୀବିହାର, ସତସଙ୍ଗ ବିହାର, ରସୁଲଗଡ଼ ଫ୍ଲାଇଓଭର ଓ ପାହାଳ ଛକ ରାସ୍ତାରେ କଟକଣା ଲାଗୁ ହେବ।

ନଭେମ୍ବର ୨୫ରେ ଟ୍ରାଫିକ କଟକଣା :

– ସକାଳ ୯ଟା ୨୦ରୁ ୯ଟା ୪୦ ପର୍ଯ୍ୟନ୍ତ ଲୋକସେବା ଭବନ ଛକ, ଏଜି ଛକ ବାମମୋଡ଼, ଲୋୟର ପିଏମ୍‌ଜି ଛକ, ରବୀନ୍ଦ୍ର ମଣ୍ଡପ ଛକ ଓ କେଶରୀ ଛକ ଡାହାଣମୋଡ଼ଠାରୁ ଅବିନ ଚନ୍ଦ୍ର ହୋମିଓପାଥି ହସ୍ପିଟାଲ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ ରହିବ।

– ସକାଳ ୧୦ଟା ୩୦ରୁ ୧୦ଟା ୪୫ ପର୍ଯ୍ୟନ୍ତ ଅବିନ ଚନ୍ଦ୍ର ହୋମିଓପାଥି ହସ୍ପିଟାଲ ଛକ, କେଶରୀ ଛକ ଡାହାଣମୋଡ଼ ଓ ଏଜି ଛକଠାରୁ ବିମାନବନ୍ଦର ପର୍ଯ୍ୟନ୍ତ ରାସ୍ତାରେ କଟକଣା ରହିବ ।

ତେବେ ପୋଲିସ, ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ ଭଳି ଜରୁରୀକାଳୀନ ସେବା ଯାନଗୁଡ଼ିକୁ ଏହି କଟକଣାରୁ ବାଦ୍ ଦିଆଯାଇଛି । କଟକଣା ସମୟରେ ଉକ୍ତ ରାସ୍ତାଗୁଡ଼ିକୁ ଏଡ଼ାଇ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ କମିସନରେଟ୍ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।

Exit mobile version