Home ଓଡ଼ିଶା ସମ୍ଭାବ୍ୟ ବାତ୍ୟା ‘ଆକୱାନ’ ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana 16 hours ago Share on FacebookShare on TwitterWhatsapp ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ଆଭାସୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଆଗାମୀ ସମ୍ଭାବ୍ୟ ବାତ୍ୟା ‘ଆକୱାନ’ ର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ଲକର ବିଡ଼ିଓ ଏବଂ ତହସିଲଦାରମାନଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳଗଣ ଓ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରସ୍ତୁତିମୂଳକ ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ସମସ୍ତ ବ୍ଲକର ବିଡ଼ିଓମାନେ ଆଶ୍ରୟସ୍ଥଳୀଗୁଡ଼ିକର ଯାଞ୍ଚ ତାଲିକା ପ୍ରସ୍ତୁତ କରି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ସମସ୍ତ ଆଶ୍ରୟସ୍ଥଳୀ ଓ ବିକଳ୍ପ ଆଶ୍ରୟସ୍ଥଳୀଗୁଡ଼ିକର ପ୍ରସ୍ତୁତି ସହିତ ସେଠାରେ ଆବଶ୍ୟକୀୟ ମୌଳିକ ସୁବିଧା ଏବଂ ଯନ୍ତ୍ରପାତିର କାର୍ଯ୍ୟକାରିତା ପରୀକ୍ଷା କରିବାକୁ କୁହାଯାଇଛି। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ କରାଯିବ ଏବଂ ପ୍ରତିଦିନ ସକାଳ ୮:୦୦ ଟା ସୁଦ୍ଧା ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ କୁ ଦୈନନ୍ଦିନ ସ୍ଥିତି ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ରହିଛି। ଏଥିସହିତ ପ୍ରଭାବିତ ଅଞ୍ଚଳଗୁଡ଼ିକ ପାଇଁ ସ୍ଥାନାନ୍ତରଣ ଯୋଜନା ଚୂଡ଼ାନ୍ତ କରାଯାଇଥିବାବେଳେ ଚୁଡ଼ା, ଗୁଡ଼ ଏବଂ ଅନ୍ୟାନ୍ୟ ଜରୁରୀ ଶୁଖିଲା ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବାକୁ କୁହାଯାଇଛି। ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପଞ୍ଚାୟତ ପ୍ରତିନିଧିମାନଙ୍କ ସହଯୋଗ ନେବାକୁ ଗୁରୁତ୍ୱ ଦିଆଯାଇଛି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସାପକାମୁଡ଼ା ପ୍ରତିରୋଧକ ଔଷଧ ଏବଂ ଗର୍ଭବତୀ ମହିଳାମାନଙ୍କ ଯତ୍ନ ନେବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଏଥିସହିତ ପ୍ରାଣୀସମ୍ପଦ, କୃଷି ଏବଂ ଉଦ୍ୟାନ କୃଷି ସମ୍ବନ୍ଧୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ ସମୀକ୍ଷା କରାଯାଇଛି। ବାତ୍ୟା ସମୟରେ ରାସ୍ତାଘାଟ, ବିଦ୍ୟୁତ୍ ଏବଂ ଦୂରସଞ୍ଚାର ସେବା ବାଧାପ୍ରାପ୍ତ ହେଲେ ତୁରନ୍ତ ତାହାକୁ ପୁନରୁଦ୍ଧାର କରିବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ସମସ୍ତ ନୌକା ଓ ଫେରୀ ସେବା ୧୯ ଓ ୨୦ନଭେମ୍ବର ପାଇଁ ସ୍ଥଗିତ ରଖାଯିବ। ଜଳସମ୍ପଦ ବିଭାଗ ପକ୍ଷରୁ ବିପଦପୂର୍ଣ୍ଣ ନଦୀ ଓ କେନାଲ ବନ୍ଧଗୁଡ଼ିକୁ ଚିହ୍ନଟ କରାଯାଇ ତହସିଲଦାରମାନଙ୍କ ସହ ମିଳିତ ଯାଞ୍ଚ ଓ ମରାମତି କାର୍ଯ୍ୟ ହାତକୁ ନିଆଯାଇଛି l ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। Categories: ଓଡ଼ିଶା, ପୁରୀ, ହୋମ୍ Related Content ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା by Proprietor Abhimanyu Maharana November 19, 2026 ନୟାଗଡ଼ରେ ଭାରତ ବିକାଶ ପରିଷଦ, ଓଡିଶା ପୂର୍ବପ୍ରାନ୍ତର ରାଜ୍ଯ ସ୍ତରୀୟ "ଭାରତ କୋ ଜନୋ " ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଅନୁଷ୍ଠିତ by Proprietor Abhimanyu Maharana November 19, 2026 ସାମ୍ବାଦିକଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର ପାଇଁ ନୟାଗଡ଼ରେ ଏକତାର ମହାସ୍ୱର by Proprietor Abhimanyu Maharana November 18, 2026 ସୃଜନିକା ର ଜିଲ୍ଲା ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ର ଅଡିସନ୍ ଅନୁଷ୍ଠିତ by Proprietor Abhimanyu Maharana November 18, 2026 ଗିଭି ବ୍ଲଡ ସେଭ୍ ଲାଇଫ ତରଫରୁ ଶିଶୁ ଦିବସ ପାଳିତ by Proprietor Abhimanyu Maharana November 18, 2026 ବିଶ୍ୱ ହିନ୍ଦୁ ପରିଷଦର ପ୍ରସ୍ତାବ ଓ ନ୍ୟାୟ ଦାବି ... by Proprietor Abhimanyu Maharana November 18, 2026