ବାଲିପାଟଣା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଭୁବନେଶ୍ଵର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ସ୍ଥିତ ଆଦର୍ଶ ଶିଶୁ ନିକେତନ ପକ୍ଷରୁ ଶିଶୁ ମହୋତ୍ସବ ୨୦୨୬ ଶିକ୍ଷା ଅନୁଷ୍ଠାନ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପୁଣ୍ୟ ଜନ୍ମଦିନ ଅବସରରେ ଆୟୋଜିତ ଏହି ଶିଶୁ ମହୋତ୍ସବ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ଆକର୍ଷଣୀୟ ନୃତ୍ୟ, ସଂଗୀତ, ଓ ଅଭିନୟ ପରିବେଷଣ କରାଯାଇଥିଲା । ପ୍ରଥମେ ବିଦ୍ୟା ପ୍ରଦାୟିନୀ ମା,ସରସ୍ୱତୀଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ୟୋଳନ କରାଯିବା ପରେ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ସଂପାଦକ ସୁରେନ୍ଦ୍ର ନାଥ ସାହୁଙ୍କ ପ୍ରତ୍ୟୁକ୍ଷ ତତ୍ତ୍ଵାବଧାନରେ ଏହା ପରିଚାଳିତ ହୋଇଥିଲା ।
ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦୈତାରି ମାଣିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବନମାଳୀପୁର ପିଏଚସିର ଡାକ୍ତର ପ୍ରୁଥିରାଜ୍ ଅଂଶୁମାନ, ମୁଖ୍ୟବକ୍ତା ଭାବେ ବୈଜ୍ଞାନିକ ଡ, ମିହିର ପଟ୍ଟନାୟକ, ଏବଂ ସମ୍ମାନୀତ ଅତିଥି ଭାବେ ବନ୍ଦେ ଉତ୍କଳ ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ମିଶ୍ର, ବିଦ୍ୟାଳୟର ଅଧ୍ୟକ୍ଷା ଶୈଳବାଳା ମେକାପ ପ୍ରମୁଖ ଯୋଗ ଦେଇ, ଶିଶୁ ହସିଲେ ଦୁନିଆଁ ହସିବ, ଶିଶୁ ହେଉଛି ଦେଶର ଭବିଷ୍ୟତ,ଶିଶୁମାନଙ୍କ ପ୍ରତି ମା, ବାପା ଏବଂ ଗୁରୁଜୀମାନଙ୍କ କର୍ତ୍ତବ୍ୟ ରହିଛି, ସେହିପରି ପିଲାମାନଙ୍କର ମଧ୍ୟ ପିତାମାତା ଗୁରୁଜନଙ୍କ ପ୍ରତି ନମ୍ରତା ଓ ଭକ୍ତିଭାବ ରହିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ।
ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଜ୍ଞାନ ମେଳାରେ କୃତୀ ପ୍ରତିଯୋଗୀ ଏବଂ ଅନ୍ୟ ସମସ୍ତ ପ୍ରକଳ୍ପ ଧାରୀଙ୍କୁ ଉପସ୍ଥିତ ଅତିଥିମାନେ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇନଜିବୀ ଅବଦୁଲ୍ ବାରି ମଞ୍ଚ ପରିଚାଳନା କରିଥିବାବେଳେ ପରିଚାଳନା କମିଟିର ପ୍ରଦୀପ ପାତ୍ର, ବିଜୟ ବେହେରା, ଟୁଲୁ ସାହୁ, ଉମେଶ ସାହୁ ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ। ଏଥିରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।
