କଟକ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଜୀବନ ଜ୍ୟୋତି ଶିଶୁ ବିକାଶ ସଂଗଠନ ପକ୍ଷରୁ ଶିଶୁ ଦିବସ ଅବସରରେ ଏକ ସ୍ବତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ” ରୁଣୁ ଝୁଣୁ ନୁପୁର ” ଉତ୍ସବ ସ୍ଥାନୀୟ ପ୍ରାଚୀ ବିହାର, ନିଆଳି ଠାରେ ମହାସମାରୋହର ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଉପସଭାପତି ସଞ୍ଜୟ କୁମାର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସଵରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ଇଂ ଛବି ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ନାରାୟଣ ବେହେରା, ଏବଂ ସମ୍ମାନୀତ ଅତିଥି ଭାବେ ବିଜେପିର ରାଜ୍ଯ ପ୍ରବକ୍ତା ରାଜେନ୍ଦ୍ର କୁମାର ପଣ୍ଡା, ଜିଲ୍ଲାପରିଷଦ ସଭ୍ୟ ଦେବାଶିଷ ଷଡ଼ଙ୍ଗୀ, ବିଶିଷ୍ଟ ପାଲାଗାୟକ ମଦନ ମୋହନ ଜେନା, ନାଟ୍ୟକାର ସ୍ମୃତିରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇ ଶିଶୁର ବିକାଶ କ୍ଷେତ୍ରରେ ଜୀବନ ଜ୍ୟୋତି ଶିଶୁ ବିକାଶ ସଂଗଠନର ଭୂମିକାକୁ ପ୍ରଶଂସା କରିଥିଲେ,
ମୁଖ୍ୟ ଅତିଥି ବିଧାୟକ ଶ୍ରୀଯୁକ୍ତ ମଲ୍ଲିକ ଏହି ସଂଗଠନର ଦ୍ଵାରା ପରିଚାଳିତ ହେଉଥିବା ବୃନ୍ଦାବନ ଆଶ୍ରମ ସମେତ ସଂଗଠନର ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମକୁ ଧନ୍ୟବାଦ୍ ଜଣାଇବା ସହ ଏହି ସଂଗଠନର ଉନ୍ନତି କ୍ଷେତ୍ରରେ ସବୁ ପ୍ରକାରର ସହଯୋଗ କରାଯିବ ବୋଲି ଶ୍ରୀ ବିଧାୟକ କହିଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନର ସଂପାଦକ ସୁଦାମ ସାମଲ ଅନୁଷ୍ଠାନର ବିବରଣୀ ପାଠ କରିଥିବାବେଳେ ମଞ୍ଚ ପରିଚାଳନରେ ଆଇନଜୀବୀ ଅବଦୁଲ୍ ବାରି ରହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟ ଶିକ୍ଷାବିତ୍ ପାବନି ବସ୍ତିଆ, ପ୍ରଫେସର ସୌମ୍ୟରଞ୍ଜନ ମିଶ୍ର, ଶୁଭ୍ରାଂଶୁ ଶେଖର ପାଣି, ସାମ୍ବାଦିକ କାଳନ୍ଦି ସ୍ବାଇଁ, ବିନୋଦ କୁମାର ଭୋଇ, ,ଶାନ୍ତନୁ କୁମାର ମିଶ୍ର, ବଟ କୃଷ୍ଣ ସ୍ୱାଇଁ,ସତ୍ୟବ୍ରତ ସାମଲ, ଗୌରାଙ୍ଗ କୁଙ୍କଲ୍ , ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଆୟୋଜିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ବହୁ ଆକର୍ଷଣୀୟ ନୃତ୍ୟ ଅଭିନୟ ବିଭିନ୍ନ କଳା ଅନୁଷ୍ଠାନ ଦ୍ୱାରା ପରିବେଷଣ କରାଯାଇଥିଲା। ଏହି ଉତ୍ସବରେ ବହୁ ବିଶିଷ୍ଟ କୃତୀ ପ୍ରତିଭାଧାରୀଙ୍କୁ ମାନପତ୍ର, ଉତ୍ତରୀୟ, ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।
