ଦୁଇ ବାଇକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା,୩ ଗୁରୁତର

ବାଲିପାଟଣା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :-  ଭୁବନେଶ୍ଵର ଉପକଣ୍ଠ ବାଲିପାଟଣା ଥାନା ଚଣାହଟ୍ଟା ଛକରେ ୨ ବାଇକ ମଧ୍ୟରେ ମୁହାଁ ମୁହିଁ ଧକାରେ ୩ ଜଣ ଗୁରୁତର ହୋଇଛନ୍ତି । ଖବର ନେବାରେ ଜଣାପଡିଛି ଯେ ନିମାପଡା ଥାନା କେରୁଣ୍ଡିଆ ଗ୍ରାମର ସଂଗ୍ରାମ ଭୋଇ ଭୁବନେଶ୍ୱର ରୁ କାମ ସାରି ବାଇକ ଘରକୁ ଫେରୁଥିଲେ |

ବିପରୀତ ଦିଗରୁ ବୋଧଖଣ୍ଡି ଗ୍ରାମର ଜଗନ୍ନାଥ ଦାସ ଏବଂ ଲିଙ୍ଗରାଜ ଦାସ ବାଇକ ରେ ଆସି ସଂଗ୍ରାମଙ୍କୁ ଧକା ଦେଇଥିଲେ | ୩ ଜଣଙ୍କୁ ଲୋକେ ଉଦ୍ଧାର କରି ୧0୮ ଆମ୍ବୁଲାନ୍ସ ଯୋଗେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦିଆଯାଇଛି | ବାଲିପାଟଣା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି |

Exit mobile version