ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରେ ଶିଶୁ ପ୍ରତିଭା ବାର୍ଷିକ ଉତ୍ସବ ପାଳିତ

ବେଗୁନିଆ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ବେଗୁନିଆ ବ୍ଲକ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଛତ୍ରପଡ଼ା ରେ ଶିଶୁ ଦିବସ ଉପଲକ୍ଷେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପ୍ରଥମେ କରୁଣାମୟୀ ମା ଓ ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଙ୍କ ଶ୍ରୀ ଚରଣ ତଳେ ଧୂପ ଦୀପ ଓ ପୁଷ୍ପ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି ବାର୍ଷିକ ଉତ୍ସବ ର ସଭାପତି ଶ୍ରୀଯୁକ୍ତ ସତ୍ୟବାଦୀ ବଳିଆରସିଂହ ମହୋଦୟ ସଭାର ସଭାପତି କାର୍ଯ୍ୟ ତୁଲାଇଥିଲେ। ସଂପାଦକ ଫକୀର ଛୋଟରାୟ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ପ୍ରଦୀପ କୁମାର ସାହୁ (ବିଧାୟକ ବେଗୁନିଆ ) , ସିନ୍ଦୂର ଅଧିକାର ସିରିଏଲ୍ ର ନାୟକ ଅମର ଛିଞ୍ଚାଣି, ନାୟିକା ଶୁଭଶ୍ରୀ ବାରିକ ,

ଓଁ କାର ତ୍ରିପାଠୀ ,ଅମିତ୍ କୁମାର ଦତ୍ତ ( ବୈଜ୍ଞାନିକ) ,ମୁଖ୍ୟ ବକ୍ତା ତ୍ରି ଲୋଚନ ସାହୁ (ଅଧ୍ୟାପକ ରଘୁନାଥ କଲେଜ ଦେଉଳି),ସମ୍ମାନିତ ଅତିଥି ଶ୍ରୀ ବୀରବର ସଂଗ୍ରାମସିଂହ(ଡିରେକ୍ଟର ଏମ୍ .ପି.ଯେ କଲେଜ),ଶ୍ରୀ ପ୍ରମୋଦ କୁମାର ଦଳାଇ (ସରପଞ୍ଚ ତଳମା),ଜଙ୍ଗେଶ୍ୱର୍ ସୁନ୍ଦରାୟ,ଶ୍ରୀ ମାନସ ଛୋଟରାୟ,ଶ୍ରୀ ଭରତ ଚରଣ ଛୋଟରାୟ(ସମିତି ମେମ୍ବର ବୋତଳମା),ଶ୍ରୀ ହଜାରିବନ୍ଧୁ ବେହେରା(ସୋସିଆଲ ୱର୍କର୍),ଅତିଥି ମାନେ ପୂର୍ଣ୍ଣାଙ୍ଗ ଶିକ୍ଷାର ବିଶେଷତ୍ଵ ଉପରେ ବକ୍ତବ୍ୟ ପ୍ରଦାନ କରି ପିଲା ମାନଙ୍କୁ ଦିଗଦର୍ଶନ ଦେବା ସହିତ ଶିକ୍ଷାକେନ୍ଦ୍ର ର ଅପା ଭାଇ ମାନଙ୍କୁ ପ୍ରେରଣା ପୃଷ୍ଠ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରି ଉତ୍ସାହିତ କରିଥିଲେ। ସଭା କାର୍ଯ୍ୟ ପରେ ଛାତ୍ରଛାତ୍ରୀ ମାନେ ଶାରୀରିକ କ୍ରୀଡା କୌଶଳ ପ୍ରଦର୍ଶନ କରିଥିଲେ ଓ ମଞ୍ଚସ୍ଥ ପୌରାଣିକ ନାଟକ “କାଞ୍ଚି ଅଭିଯାନ ” ପ୍ରଦର୍ଶନ କରି ଅଲୌକିକ ଆନନ୍ଦ ଭରି ଦେଇଥିଲେ।

ମଞ୍ଚାସୀନ ମୂଖ୍ୟ ଅତିଥି ବେଗୁନିଆ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ମହୋଦୟ ପ୍ରମୁଖ ଯୁବ ସାମ୍ବାଦିକ ଶ୍ରୀ ଅଜୟ କୁମାର ସେଠୀ ଙ୍କୁ ପୁଷ୍ପ ଗୁଚ୍ଛ ସାଙ୍ଗକୁ ଊତରିୟ  ପ୍ରଦାନ କରିଥିବା ବେଳେ ସମ୍ନାମାନସୂଚକ ଭାବେ ମାନପତ୍ର,ଚ ସହିତ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ। ଏହାସହିତ ଅଞ୍ଚଳରେ ଚଞ୍ଚକତା ସୃଷ୍ଟି କରି ଚାଲିଥିବା ଥିବା ନିର୍ଭିକତା, ନିରପେକ୍ଷ, ଔ ନିଃସ୍ୱାର୍ଥପରତାର ସହର ନିଜ ଜୀବନକୁ ବାଜି ଲଗେଇ ପ୍ରତ୍ୟେକ ଟିକି ନିଖି ଖବରକୁ ପ୍ରଚାର ପ୍ରସାର କରିଵା ଦିଗରେ ସତ୍ୟର ବାର୍ତା ନିଶ୍ଚିତ ଭାବରେ ଚତୁର୍ଥସ୍ତମ୍ବ ଭାରତ ବର୍ଷର ଗଣତାନ୍ତ୍ରିକ ରାଷ୍ଟ୍ର ର ମେରୁଦଣ୍ଡ । ପରିଶେଷରେ ନିମନ୍ତ୍ରିତ ଯୁବ ସାମ୍ବାଦିକ ଙ୍କୁ ସାଧୁବାଦ ଜଣାଇ ମୂଖ୍ୟ ଅତିଥି ନିଜର ବକ୍ତବ୍ୟ ସାନ୍ କରିଥିଲେ।

Exit mobile version