ପ୍ରିମାଚ୍ୟୁର ଶିଶୁଙ୍କ ପାଇଁ ଭୁବନେଶ୍ୱରକୁ ଏକଜୁଟ କଲା ଆୟୁ ଫାଉଣ୍ଡେସନ୍ ଓ ଅଙ୍କୁରା ହସ୍ପିଟାଲ

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବିଶ୍ୱ ପ୍ରିମାଚ୍ୟୁରିଟି ଦିବସ ଅବସରରେ ଆୟୁ ଫାଉଣ୍ଡେସନ୍ ଏବଂ ଅଙ୍କୁରା ହସ୍ପିଟାଲ ପକ୍ଷରୁ ଆୟୋଜିତ ୫ କିଲୋମିଟର ପଦଯାତ୍ରାରେ ପରିବାର ସମେତ ଶହଶହ ଲୋକ ଏକାଠି ହୋଇଥିଲେ। ସମୟ ପୂର୍ବରୁ ଜନ୍ମହୋଇଥିବା କିମ୍ବା ପ୍ରିମାଚ୍ୟୁର ଶିଶୁଙ୍କ ବିଷୟରେ ସଚେତନତା ବୃଦ୍ଧିକରିବା, ସେମାନଙ୍କ ସମ୍ଭାବନାକୁ ଉଜାଗର କରିବା ଏବଂ ସମୟୋଚିତ ଓ ବିଶେଷଜ୍ଞ ନବଜାତ ଶିଶୁ ଚିକିତ୍ସାର ଗୁରୁତ୍ୱ କୁଦର୍ଶାଇବା ଏହି ଉଦ୍ୟମର ଲକ୍ଷ୍ୟ ଥିଲା। ଶ୍ରୀମତୀ ମୀରା ପରିଡ଼ା ଏବଂ ଶ୍ରୀମତୀ ଡେଜି ବେହେରା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଅବସରର ଶୋଭା ବଢ଼ାଇଥିଲେ ଏବଂ ପରିବାର, ସ୍ୱାସ୍ଥ୍ୟସେବା ବୃତ୍ତିଧାରୀ ଓ ଶୁଭାକାଂକ୍ଷୀଙ୍କ ସମେତ ଅନ୍ୟ ଅଂଶଗ୍ରହଣକାରୀଙ୍କ ସହ ସାମିଲ ହୋଇ ପ୍ରତ୍ୟେକ ପ୍ରିମାଚ୍ୟୁର ଶିଶୁ ଓ ସେମାନଙ୍କ ପିତାମାତାଙ୍କ ପାଇଁ ଆଶା ଓ ସହଯୋଗର ଏକ ଦୃଢ଼ବାର୍ତ୍ତା ଦେଇଥିଲେ। ମେଡିକାଲ ଡାଇରେକ୍ଟର ତଥା କନସଲ୍ଟାଣ୍ଟ ନିଓ ନାଟୋଲୋଜିଷ୍ଟ ଓ ଶିଶୁ ରୋଗ ବିଶେଷଜ୍ଞ, ଅଙ୍କୁରା ହସ୍ପିଟାଲ ମହିଳା ଓ ଶିଶୁଙ୍କ ପାଇଁ, ଡାକ୍ତର ବିଚିତ୍ରା ନନ୍ଦରାଉତ କହିଥିଲେ, “ପ୍ରିମାଚ୍ୟୁର ଶିଶୁ ହେଉଛନ୍ତି ଗର୍ଭାବସ୍ଥାର ୩୭ ସପ୍ତାହ ପୂର୍ବରୁ ଜନ୍ମ ହୋଇଥିବା ଶିଶୁ। ସମୟ ପୂର୍ବରୁ ଜନ୍ମ ହେଲେ ମଧ୍ୟ ସେମାନଙ୍କ ମଧ୍ୟରେ ଅପାର ସମ୍ଭାବନା ନିହିତ। ସମୟୋଚିତ ଚିକିତ୍ସା ହସ୍ତକ୍ଷେପ, ନିଓନାଟୋଲୋଜିଷ୍ଟ ଓ ଦକ୍ଷ ନବଜାତ ଚିକିତ୍ସାଦଳର ସମର୍ପିତ ସେବା ଏବଂ ଉପଯୁକ୍ତ ଏନ୍ଆଇ ସିୟୁ ସହାୟତା

ଏହି ଶିଶୁମାନଙ୍କୁ ପ୍ରାରମ୍ଭିକ ଚ୍ୟାଲେଞ୍ଜ ଅତିକ୍ରମ କରିବାରେ ଓ ବିକାଶର ପର୍ଯ୍ୟାୟ ଗୁଡ଼ିକ ହାସଲକରିବାରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରେ।” ଅଙ୍କୁରାର ପ୍ରତିଷ୍ଠାତା ତଥା ମ୍ୟାନେଜିଂ ଡାଇରେକ୍ଟର ଡାକ୍ତର କୃଷ୍ଣ ପ୍ରସାଦ ରାଓଭୁନ୍ନ କହିଥିଲେ, “ସମୟ ପୂର୍ବରୁ ପ୍ରସବ ଏକ ଗୁରୁତ୍ୱପୂର୍ଣ୍ଣ ଜନ ସ୍ୱାସ୍ଥ୍ୟ ଚିନ୍ତାର ବିଷୟ ହୋଇରହିଛି। ସମୟୋଚିତ ଚିକିତ୍ସା ଏବଂ ଏହି ଶିଶୁମାନଙ୍କ ପାଇଁ ଉପଲବ୍ଧ ସହାୟତା ବିଷୟରେ ସଚେତନତା ବଢ଼ାଇବା ଅତ୍ୟନ୍ତ ଜରୁରୀ। ପ୍ରିମିଥନ୍ମ ଧ୍ୟମରେ ଆମେ ଏହି ଆଲୋଚନାକୁ ହସ୍ପିଟାଲର ପରିସର ବାହାରକୁ ନେଇଯିବାକୁ, ଅନ୍ଧବିଶ୍ୱାସ ଓ ଭୁଲ୍ଧାରଣାକୁ ଦୂରକରିବାକୁ ଏବଂ ପ୍ରତ୍ୟେକ ପ୍ରିମାଚ୍ୟୁରଶିଶୁ ଙ୍କ ସପକ୍ଷରେ ସମାଜକୁ ଏକଜୁଟ୍ କରିବାକୁ ଆଶା କରୁଛୁ।” ବିଶ୍ୱ ସ୍ୱାସ୍ଥ୍ୟସଂଗଠନ (WHO) ଓ ୟୁନିସେଫ୍ର ସର୍ବଶେଷ ବିଶ୍ୱସ୍ତରୀୟ ଆକଳନ ଅନୁଯାୟୀ, ଭାରତରେ ପ୍ରାୟ ୩.୦୨ନିୟୁତ ଶିଶୁ ସମୟ ପୂର୍ବରୁ ଜନ୍ମ ହୋଇଛନ୍ତି, ଯାହା ବିଶ୍ୱରେ ସର୍ବାଧିକ। ଓଡ଼ିଶାରେ ମଧ୍ୟ ସମୟ ପୂର୍ବରୁ ପ୍ରସବ ଏକ ଉଲ୍ଲେଖନୀୟ ଚିନ୍ତାର ବିଷୟ, ଯାହା ଫଳରେ ରାଜ୍ୟରେ ସଚେତନତା ଓ ସମୟୋଚିତ ହସ୍ତକ୍ଷେପ ବିଶେଷ ଗୁରୁତ୍ୱପୂର୍ଣ୍ଣ। ପ୍ରିମିଥନ୍ମ ଭଳି ଉଦ୍ୟମ ସମୟ ପୂର୍ବରୁ ପ୍ରସବ ବିଷୟରେ ସୁଚିନ୍ତିତ ଆଲୋଚନାକୁ ଉତ୍ସାହିତ କରିବା ଏବଂ “ଶୀଘ୍ର ଆରମ୍ଭ ଶିଶୁର ଭବିଷ୍ୟତକୁ ନିର୍ଧାରଣ କରେ ନାହିଁ” ବାର୍ତ୍ତାକୁ ସୁଦୃଢ଼ କରିବା ପାଇଁ ଅତ୍ୟନ୍ତ ଜରୁରୀ।

Exit mobile version