କନ୍ଧମାଳ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ସରକାର ଗ୍ରାମାଞ୍ଚଳର ବିକାଶ ଓ ଲୋକଙ୍କୁ ହାତପାହାନ୍ତାରେ ମୌଳିକ ସେବା ଯୋଗାଇଦେବା ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ କନ୍ଧମାଳ ଜିଲ୍ଲାର କେତେକ ଦୁର୍ଗମ ଅଞ୍ଚଳରେ ଏବେ ବି ଲୋକେ ମୌଳିକ ସୁବିଧା ପାଇଁ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟ ଘରଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିଲେ ମଧ୍ୟ ଭଲ ରାସ୍ତା ଓ ସିଧାସଳଖ ଯୋଗାଯୋଗର ଅଭାବରୁ ସରକାରୀ କାମ ପାଇଁ ୪୫ କିଲୋମିଟର ବୁଲିବାକୁ ପଡୁଛି। ଏଭଳି ଏକ ଦୁର୍ଭାଗ୍ୟଜନକ ଚିତ୍ର ସାମ୍ନାକୁ ଆସିଛି, କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ବାଲିଗୁଡା ଉପଖଣ୍ଡ ଚକାପାଦ ବ୍ଲକ ଅନ୍ତର୍ଗତ ଚାହାଳି ପଞ୍ଚାୟତର ଘାଟିତଳ ଅଞ୍ଚଳରୁ।