ପଡ଼ିଆ ବ୍ଳକରେ‌ ଭତ୍ତା ବଣ୍ଟନ

ପଡ଼ିଆ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :-  ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକରେ ନୂତନ ଭାବେ ମଞ୍ଜୁର ହେଇଥିବା ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ଏହି ଅବସରରେ ପଡ଼ିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ସାଂସଦ ପ୍ରତିନିଧି ପି. ଭେଙ୍କେଟେଶ୍ଵର ରାଓ , ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଦେବେ ମାଡି, ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରବିନ୍ଦ ପ୍ରଧାନ, ବ୍ଲକ ବିଜେପି ସଭାପତି କୋଟାମ ଵାଲାୟା, ବିଧାୟକ ପ୍ରତିନିଧି ମନ ଦୀପଙ୍କର ରାୟ,

ଶିମିଳିବାଞ୍ଚା ସରପଞ୍ଚ ସିଙ୍ଗା ମାଡକାମି, ଉଣ୍ଡୁକୋଣ୍ଡା ସରପଞ୍ଚ କାନନ୍ ବେକ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ମାନେ ପ୍ରଥମେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୃଭାରାମ୍ଭ କରିବା ସହ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାର ଉପାଦେୟତା ଉପରେ ଆଲୋକପାତ ‌କରିଥିଲେ । ପରେ ୨୪୯ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା କାର୍ଡ ସହ ନଗଦ ଟଙ୍କା ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ପଡ଼ିଆ ସାମାଜିକ ସୁରକ୍ଷା ଅଧିକାରୀ ଦେଶା କମରାମ ପରିଚାଳନା କରିଥିବା ବେଳେ ଜିପିଓ ଅଶୋକ କୁମାର ମହାନ୍ତି, ବିଭିନ୍ନ ପଞ୍ଚାୟତର ପିଇଓ ଓ ବ୍ଲକର ସମସ୍ତ ପ୍ରଶାସନିକ ଅଧିକାରୀ ସହଯୋଗ କରିଥିଲେ ।

  

Exit mobile version