ଜିଲ୍ଲା ଅବକାରୀ ବିଭାଗର ଚଢ଼ାଉ, ବିପୁଳ ହିରୋଇନ୍ ଜବତ ଓ ଜଣେ ଗିରଫ

କଟକ  (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଚୋରା ହିରୋଇନ୍ ବେପାର ହେଉଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କ ନିର୍ଦ୍ଦେଶକ୍ରମେ କଟକ ଭ୍ରାମ୍ୟମାଣ ଅବକାରୀ ବିଭାଗର ନିରୀକ୍ଷକ ଶ୍ରୀ ଭକ୍ତବତ୍ସଳ ବର୍ମା ଙ୍କ ନେତୃତ୍ୱରେ ଏକ ଦଳ କଟକ ସଦର ଥାନା ଅନ୍ତର୍ଗତ କୁଆଖାଇ ପୋଲ ନିକଟସ୍ଥ କାଜିପାଟଣା ରାସ୍ତା ରେ ହିରୋଇନ୍ ବେପାର ଲାଗି ଅପେକ୍ଷା କରିଥୂବା ୨୦ ବର୍ଷ ବୟସର ଶ୍ରୀ ଚନ୍ଦନ ରାଉତ ଙ୍କୁ କାବୁ କରିବା ସହ ତାଙ୍କ ନିକଟରୁ ଆନୁମାନିକ ୧୫ଲକ୍ଷ ୯୦ ହଜାର ଟଙ୍କା ମୂଲ୍ୟର ହିରୋଇନ୍ ଜବତ କରିବା ସହ ଏକ ଇଲେକ୍ଟ୍ରିକ୍ ସ୍କୁଟି ଓ ଏକ ଆଣ୍ଡ୍ରୋଏଡ୍ ମୋବାଇଲ ଫୋନ୍ ଜବତ କରିଛନ୍ତି ।

ଚୋରା ନିଶା ବେପାରୀ ଙ୍କ ବିରୁଦ୍ଧରେ ଓଡ଼ିଶା ଅବକାରୀ ଆଇନ ୧୯୮୫ ଏନ୍.ଡି.ପି.ଏସ୍ ଆଇନ ର ଧାରା ୨୧(ବି) ଅନୁଯାୟୀ ମାମଲା ରୁଜ୍ଜୁ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ନିରୀକ୍ଷକ ଶ୍ରୀ ବର୍ମା ଙ୍କ ସହ ମହିଳା ଅବକାରୀ ଅଧୂକାରୀ ଶ୍ରୀମତୀ ନିରୁପମା ସାହୁ, ଅବକାରୀ ଅଧୂକାରୀ ଶ୍ରୀ ହରିହର ନାୟକ,ଅବକାରୀ କନେଷ୍ଟବଳ ଶ୍ରୀ ଅଜୟ ଜେନା, ଶ୍ରୀ ଦେବବ୍ରତ ଓଝା, ଶ୍ରୀ ଶଙ୍କର ସିଂ, ଶ୍ରୀ ଲକ୍ଷ୍ମଣ ବେହେରା ଓ ମହିଳା ଅବକାରୀ କନେଷ୍ଟବଳ ଶ୍ରୀମତୀ ପ୍ରିୟତମା ରଥ ସାମିଲ୍ ଥିଲେ ।

  

Exit mobile version