ବି ଇ ଓ ଡ଼କ୍ଟର ପ୍ରଭାତ ରଥଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବାଲିପାଟଣା ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଲୋକପ୍ରିୟ ଶିକ୍ଷାବିତ ଡ଼ ପ୍ରଭାତ ରଥ ବାଲିପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗଦେବାପରେ ତାଙ୍କୁ ଉତ୍ସସିତ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶିକ୍ଷା କ୍ଷେତ୍ରରେ କର୍ତଵ୍ୟପରାୟଣ, ସମୟାନୁବର୍ତ୍ତିତା ହୋଇ ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ସର୍ବଦା ସେ ଆଗ୍ରହ ରଖିଥାନ୍ତି ।

ତାଙ୍କ କାର୍ଯ୍ୟାଳୟ ଠାରେ ଶିକ୍ଷକ, କର୍ମଚାରୀ ଓ ସଚେତନ ନାଗରିକ ମାନେ ତାଙ୍କୁ ସ୍ୱାଗତ କରି ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନ ଶିକ୍ଷକ ତପନ କୁମାର ରାଉତ,ସ୍ଵାଗତିକା ଦାସ, କପିଳେଶ୍ଵର ସ୍ୱାଇଁ, ଶିକ୍ଷକ ନେତା ଦିଲ୍ଲୀପ ସାହୁ, ସି ଆର ସି ସି ଝୁନି ଦେଇ, ରଶ୍ମିତା ବେହେରା, ଦିପ୍ତୀରେଖା ଓଝା, ବଡ଼ବାବୁ ରମେଶ ଦଳାଇ, ମିର୍ ଅରିଫ୍ ଅଲ୍ଲୀ, ମାନସ ଶତପଥୀ, ସ୍ବୀଟି ଦଳାଇଙ୍କ ସମେତ ବହୁ ଶିକ୍ଷକ, ଶିକ୍ଷୟତ୍ରୀ ତାଙ୍କୁ ଭେଟି ସ୍ବାଗତ ଜଣାଇଥିଲେ ।

Exit mobile version