ବିରିଡି ବ୍ଲକ ରେ ନୂତନ ଭତ୍ତା ବଣ୍ଟନର ଶୁଭାରମ୍ଭ

ଜଗତସିଂହପୁର ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବିରିଡି ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ନୂତନ ଭତ୍ତା ବଣ୍ଟନର ଶୁଭାରମ୍ଭ ତିର୍ତ୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ ଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ବିଡ଼ିଓ ଦିବ୍ୟରଞ୍ଜନ ବିଶ୍ୱାଳ, ଏମପି ଙ୍କ ପ୍ରତିନିଧି ଗୀତାଞ୍ଜଳି ସାହୁ ଉପସ୍ଥିତ ଥିଲେ l

ବିଏସଏସଓ ଦାୟିତ୍ୱ ରେ ଥିବା ବିଶ୍ୱଜିତ ବିଶ୍ୱାଳ ଙ୍କ ତତ୍ୱାବଧାନ ରେ ଆୟୋଜିତ ଭତ୍ତା ବଣ୍ଟନରେ ସସ୍ମିତା ଓଝା ସହାୟତା କରିଥିବା ବେଳେ ବିପିଏମ ରୁଦ୍ର ପ୍ରତାପ ନନ୍ଦ ସଂଯୋଜନା କରିଥିଲେ l ବ୍ଲକକୁ ମୋଟ 663 ଜଣଙ୍କର ନୂତନ ଭତ୍ତା ଆସିଥିବା ବେଳେ ଶୁକ୍ରବାର 153 ଜଣଙ୍କୁ ବିଭିନ୍ନ ପ୍ରକାରର ଭତ୍ତା ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ l

Exit mobile version