ନୟାଗଡ଼ : ନିର୍ବାଚନ ସଂକ୍ରାନ୍ତୀୟ ପ୍ରବନ୍ଧ, କୁଇଜ ପ୍ରତିଯୋଗିତାରେ ୨୦ ଛାତ୍ର ଛାତ୍ରୀ ଜିଲ୍ଲା ସ୍ତରକୁ ମନୋନୀତ


ନୟାଗଡ଼  (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ତଥା ନିର୍ବାଚନ ଅଧିକାରୀଙ୍କ ତରଫରୁ ନୟାଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ପ୍ରବନ୍ଧ ଏଵଂ କୁଇଜ ପ୍ରତିଯୋଗିତା ନୟାଗଡ ମୁନିସିପାଲିଟିର ପ୍ରତ୍ୟେକ୍ଷ ସୁପରିଚାଳନାରେ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହୋଇଯାଇଛି | ୩୭ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରବନ୍ଧରେ ୧୦ ଜଣ ସେହିପରି କୁଇଜରେ ୧୦ ଜଣ ସଫଳ ହୋଇ ଜିଲ୍ଲା ସ୍ତରକୁ ପ୍ରବେଶ କରିଥିବାରୁ ସେହି ୨0 ଜଣ କୃତିପ୍ରତିଯୋଗୀଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଛି |

ସୁଦ୍ଧ ଭୋଟର ତାଲିକାର ଗୁରୁତ୍ୱ, ମତଦାନର ଗୁରୁତ୍ୱ,ଭୋଟର ତାଲିକା ପ୍ରସ୍ତୁତି,ଇଭିମ, ଭିଭିପାଟ ଦ୍ୱାରା ମତଦାନ ସହ ଗଣତି ସମ୍ପର୍କରେ ପରୀକ୍ଷା ହେବା ଜନ ସଚେତନତା ଏହାର ମୁଖ୍ୟ ଲକ୍ଷ ଥୀଲା | ମୁନିସିପାଲିଟି ଇ.ଓ ସ୍ନେହଲତା ଆଚାର୍ଯ୍ୟ, ଅଧକ୍ଷ ପ୍ରକାଶ ରାଉତ କୃତୀ ପ୍ରତି ଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ | ସେହିପରି ଏହିପ୍ରତିଯୋଗୀତରେ ବିଚାରକ ଭାବେ ଡ଼ ଆଶୁତୋଷ ମିଶ୍ର,ଡ଼ କମଳ କୁମାର ବର୍ମା, ଗୌରୀ ଶଙ୍କର ମିଶ୍ର, ଅଧ୍ୟାପକ ଅଶୋକ ସାହୁ ଯୋଗଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ମୁନିସିପାଲିଟିର ଓଏସଡି ଗଜେନ୍ଦ୍ର ମହାରଣାଙ୍କ ସମେତ ଅଜିତ ମଲ୍ଲିକ, ଦୀପକ ଯେନା ପ୍ରମୁଖ ଉପସ୍ଥିତ ରହି ଆଗେଇ ନେଇ ଥିଲେ l

Exit mobile version