ବ୍ଲକସ୍ତରୀୟ ଗ୍ରାମସାଥୀ ବୈଠକ

ରଣପୁର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଗ୍ରାମସାଥୀ ସଂଘ ଆନୁକୂଲ୍ୟରେ ରାଜସୁନାଖଳା ଗ୍ରାମପଞ୍ଚୟତ ଅନ୍ତର୍ଗତ ଅନନ୍ତ ଗୁମ୍ଫା ପରିସରରେ ବୁଧବାର ଦିନ ବ୍ଲକସ୍ତରୀୟ ଗ୍ରାମସାଥୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରଣପୁର ବ୍ଲକ ଗ୍ରାମସାଥୀ ସଂଘର ସଭାପତି ବିଜୟ କୁମାର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟଅତିଥିଭାବେ ନୟାଗଡ଼ ଜିଲ୍ଲା ଗ୍ରାମସାଥୀ ସଂଘର ସଭାପତି ରାମକୃଷ୍ଣ ପତି ଓ ସମ୍ମାନିତ ଅତିଥିଭାବେ ଜିଲ୍ଲା ଗ୍ରାମସାଥୀ ସଂଘର ସମ୍ପାଦକ ଗୁରୁପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଏହାକୁ ଶୁଭା ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ରଣପୁର ବ୍ଲକ ଗ୍ରାମସାଥୀ ସଂଘର ସମ୍ପାଦକ ତାପସ ଦତ୍ତ ମଙ୍ଗରାଜ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ !

ଏହି ବୈଠକରେ ରଣପୁର ବ୍ଲକର ୩୭ଟି ଗ୍ରାମପଞ୍ଚାୟତରୁ ଗ୍ରାମସାଥିମାନେ ଯୋଗଦେଇଥିଲେ ।ଓଡ଼ିଶାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ସଫଳ ରୂପାୟନ ପାଇଁ ଗ୍ରାମ ପଞ୍ଚାୟତସ୍ତରରେ ନିୟୋଜିତ ଗ୍ରାମସାଥୀମାନେ ଦୀର୍ଘ ବର୍ଷ ଧରି ବିଭିନ୍ନ ଆର୍ଥିକ ଓ ସାମାଜିକ ସମସ୍ୟାର ସମ୍ମୁଖୀନ ହୋଇଆସୁଛଅନ୍ତି । ନିଜର ଦାବି ପୂରଣ ପାଇଁ ସେମାନେ ଅନେକ ସମୟରେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ଆନ୍ଦୋଳନ ମଧ୍ୟ କରିଥିଲେ । ଗ୍ରାମସାଥୀମାନଙ୍କୁ ରାଜ୍ୟ ସରକାରୀ କର୍ମଚାରୀର ମାନ୍ୟତା ଦେବା ପାଇଁ ଗ୍ରାମସାଥିମାନେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କ ଚାକିରିକୁ ନିୟମିତ ସ୍ଥାୟୀ କରାଯାଉ ବୋଲି ମୁଖ୍ୟ ଅତିଥି ଜିଲ୍ଲା ଗ୍ରାମସାଥୀ ସଂଘର ସଭାପତି ରାମକୃଷ୍ଣ ପତି ସମସ୍ତଙ୍କୁ ସୂଚନା ଦେଇଥିଲେ.।

ଆଜି ପର୍ଯ୍ୟନ୍ତ ଗ୍ରାମସାଥୀମାନଙ୍କୁ କୌଣସି ନିୟମିତ ମାସିକ ଦରମା ମିଳୁ ନାହିଁ। ଗ୍ରାମସାଥୀମାନଙ୍କର ମାସିକ ପରିଶ୍ରମ ପ୍ରାପ୍ୟ ସମ୍ପୂର୍ଣ୍ଣ ରୂପେ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ସଂଖ୍ୟା ଉପରେ ନିର୍ଭର କରେ, ଯାହାଫଳରେ ସେମାନନେ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ସେମାନଙ୍କର ପରିବାର ଭରଣ ପୋଷଣ କରିଥାନ୍ତି । ଗ୍ରାମସାଥୀ ସଂଘ ପକ୍ଷରୁ ଦୀର୍ଘ ଦିନ ହେବ ମାସିକ ୧୦,୦୦୦ ରୁ ୧୫,୦୦୦ ହଜାର ଟଙ୍କା ପର୍ଯ୍ୟନ୍ତ ସ୍ଥିର ଦରମା ପ୍ରଦାନ କରିବା ଓ ସମସ୍ତ ମୌଳିକ ସମସ୍ୟାର ସମାଧାନ କରିବା ଏବଂ ଉପଯୁକ୍ତଅଧିକାର ପାଇଁ ଗ୍ରାମସାଥୀମାନେ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିବା ସହିତ ନିଜର ଦୁଃଖ ପ୍ରକାଶ କରିଥିଲେ।ବର୍ଷସାରା ମନରେଗା କାର୍ଯ୍ୟ ସୁଚାରୁରୂପେ ଚାଲୁ ନଥିବାରୁ ଗ୍ରାମସାଥୀମାନଙ୍କୁ ପ୍ରତିଦିନ କାମ ମିଳିବା କଷ୍ଟକର ହୋଇପଡିଛି ।

ରାଜ୍ୟ ସରକାର ପ୍ରତି ବର୍ଷ ଅତିକମରେ ନିଶ୍ଚିତ ଦିନର କାର୍ଯ୍ୟ ଯୋଗାଇ ଦେବା ଓ ସ୍ୱାସ୍ଥ୍ୟ ବୀମା ଯୋଗାଇଦେବା ମାସିକ ଦରମା ପ୍ରଦାନ କରିବା , ପେନସନ ପ୍ରଦାନ କରିବା ଏବଂ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ସୁ ବ୍ୟବସ୍ଥା କରିବା ପାଇଁ ସମସ୍ତ ଗ୍ରାମସାଥିମାନେ ମନ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ରଣପୁର ଗ୍ରାମସାଥୀ ସଂଘର ସଦସ୍ୟ ପ୍ରକାଶ ଚନ୍ଦ୍ର ପ୍ରଧାନ,ମହେଶ୍ୱର ବେହେରା, ପବିତ୍ରମୋହନ ସ୍ୱାଇଁ, ସୁବାସ ଚନ୍ଦ୍ର ସାହୁ, ଚତୃରଭୁଜ ଜେନା ଓ ବୀଣାପାଣି ରଣଵୀରସିଂହ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ । ପରିଶେଷରେ ଗ୍ରାମସାଥୀ ସୌଦାମିନୀ ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version