କଣ୍ଟାବାଞ୍ଜିରେ ମନସୁର ଟ୍ରେଡର୍ସ ଦୋକାନରେ ଅଗ୍ନିକାଣ୍ଡ

ଦୀପାବଳି ରାତି ୧୨ଟାରେ ଲାଗିଲା ନିଆଁ, ଅଗ୍ନିଶମ ବାହିନୀ କଲା ଆୟତ୍ତ

କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କଣ୍ଟାବାଞ୍ଜି ମେନ୍ ରୋଡ୍‌ ହାତଳି ମାର୍କେଟ ପାଖେ ଥିବା ମନସୁର ଟ୍ରେଡର୍ସ ଦୋକାନରେ ଦୀପାବଳି ରାତିରେ ଅଗ୍ନିକାଣ୍ଡ ଘଟିଛି। ରାତି ପ୍ରାୟ ୧୨ଟା ସମୟରେ ଦୋକାନର ପ୍ରଥମ ମହଲାରେ ଥିବା ବାଲକୋନିରେ ରଖାଯାଇଥିବା ସାମଗ୍ରୀର ଖାଲି କାଟୁନ ହଠାତ୍ ନିଆଁ ଲାଗିଯାଇଥିଲା ।

ଦୋକାନ ସମ୍ମୁଖରେ ଥିବା ଘରର ଲୋକେ ନିଆଁ ଲାଗିଥିବା ଦେଖି ତୁରନ୍ତ ଦୋକାନ ମାଲିକଙ୍କୁ ଖବର ଦେବା ସହ ନିଜ ଘରରୁ ପାଣି ପାଇପ ଯୋଗୁ ପାଣି ଦେବା ସହ ଅଗ୍ନିଶମ ବିଭାଗ କୁ କମଳ ସୋନି ଖବର ଦେଇଥିଲେ ପରେ ଅଗ୍ନିଶମ ବାହିନୀ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Exit mobile version