ଜୟ ଶ୍ରୀରାମ-ବାବାଙ୍କ କୁଟିଆରେ ଅନ୍ନକୂଟ ମହାପ୍ରସାଦରେ ଉମଡ଼ିଲା ହଜାର ହଜାର ଶ୍ରଦ୍ଧାଳୁ

କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପବିତ୍ର ଅନ୍ନକୂଟ ଅବସରରେ କଣ୍ଟାବାଞ୍ଜି ସ୍ଥିତ ଶ୍ରୀରାମ ମନ୍ଦିର ବାବାଙ୍କ କୁଟିଆ ପରିସରରେ ଭକ୍ତି ଓ ଶ୍ରଦ୍ଧାର ସହ ଅନ୍ନକୂଟ ଭୋଗ ଏବଂ ମହାପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଏହି ଧାର୍ମିକ ଆୟୋଜନରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ମହାପ୍ରସାଦ ଗ୍ରହଣ କରିଥିଲେ । ଶ୍ରୀରାମ ମନ୍ଦିର କମିଟି, କଣ୍ଟାବାଞ୍ଜି ପକ୍ଷରୁ ଆୟୋଜିତ ଏହି ଅନ୍ନକୂଟ ମହୋତ୍ସବରେ ପ୍ରଭୁଙ୍କ ନିକଟରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଭୋଗ ଅର୍ପଣ କରାଯାଇଥିଲା ।

ପରେ ଭକ୍ତମାନଙ୍କୁ ମହାପ୍ରସାଦ ବଣ୍ଟନ କରାଯାଇଥିଲା । ଏଥିରେ ମୁଗ, କଢ଼ି, ଭାତ, ମିଶ୍ରିତ ତରକାରୀ, ପୁରୀ ଓ ମାଲପୁଆ ଆଦି ବିଭିନ୍ନ ପ୍ରକାରର ଅନ୍ନକୂଟ ପ୍ରସାଦ ପରିବେଷଣ କରାଯାଇଥିଲା । ପ୍ରସାଦ ଗ୍ରହଣ ପାଇଁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିବା ବେଳେ ଶ୍ରଦ୍ଧାଳୁମାନେ ଆନନ୍ଦର ସହ ମହାପ୍ରସାଦ ସେବନ କରିଥିଲେ । ଶ୍ରୀରାମ ମନ୍ଦିର କମିଟିର ଏହି ଆୟୋଜନକୁ ସହରବାସୀ ପ୍ରଶଂସା କରିଥିଲେ ।

Exit mobile version