ବୁରୋମାଲରେ ବିଜ୍ଞାନର ମେଳା – ଛୋଟ ପିଲାଙ୍କ ବଡ଼ ଆବିଷ୍କାର ଦେଖି ଚକିତ ହେଲେ ସମସ୍ତେ

କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବିଶ୍ୱ ବିଜ୍ଞାନ ଦିବସ ଅବସରରେ ପିଏମଶ୍ରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବୁରୋମାଲ ଠାରେ ଏକ ଦିବସୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅବିନାଶ କୁମାର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜିର ପ୍ରଧାନ ଶିକ୍ଷିକା ହୀରାଧର ମେହେର ମୁଖ୍ୟ ଅତିଥି, ତୁରେକେଲା ବ୍ଳକ ବିଜ୍ଞାନ ସଂଯୋଜକ ଆଶୀଷ କୁମାର ମିଶ୍ର, ହିଆଲଁ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ, ବରିଷ୍ଠ ଶିକ୍ଷକ ଶରତଚନ୍ଦ୍ର ମେହେର, ଥମିର ଛତ୍ରିଆ, ପ୍ରଭାସିନୀ ନାଏକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ମା ସରସ୍ୱତୀଙ୍କ ଫଟୋଚିତ୍ରରେ ଧୂପଦୀପ ପ୍ରଦାନ କରି ପ୍ରଦର୍ଶନୀକୁ ଆରମ୍ଭ କରାଯାଇଥିଲା । ଶିକ୍ଷକ ଜ୍ୟୋତିର୍ମୟ ଭୁଏ ସଭା ପରିଚାଳନା କରିଥିଲେ । ବିଚାରକ ଭାବେ ବିଜ୍ଞାନ ଶିକ୍ଷକ ଆଶୀଷ କୁମାର ମିଶ୍ର ଓ ପ୍ରହଲ୍ଲାଦ ଧରୁଆ ବାଲ ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରଦର୍ଶିତ ୩୦ଟି ପ୍ରକଳ୍ପକୁ ଯାଞ୍ଚ କରି କନିଷ୍ଠ ବିଭାଗରୁ ୫ ଓ ବରିଷ୍ଠ ବିଭାଗରୁ ୫, ମୋଟ ୧୦ଟି ପ୍ରକଳ୍ପକୁ ବାଛିଥିଲେ । ଉଦଯାପନୀ ଉତ୍ସବରେ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ବଛା ଯାଇଥିବା ୧୦ଟି ପ୍ରକଳ୍ପ ବ୍ଳକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ସ୍ଥାନ ପାଇବ ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷକ ଚିତ୍ତରଞ୍ଜନ ପ୍ରଧାନ, ମଦନ ସୋଇ, ଡିଙ୍ଗର ମାଝୀ, ସୁରେଶ ତାଣ୍ଡୀ, ପ୍ରହଲ୍ଲାଦ ଶିକା, ରାଜେନ୍ଦ୍ର ଦଣ୍ଡସେନା, ସୁନୀଲ ମେହେର, ଭରତ ସୁନାନୀ, ଲୋପାମୁଦ୍ରା ମଲ୍ଲିକ, ରୀତାରାଣୀ ମହାନ୍ତି, ଅନୁସୂୟା ଶବର, ରଞ୍ଜୁକ୍ତା ଭୋଇ, ପ୍ରଭାତୀ ଭୁଏ, ନିରୁପମା ସାହୁ, ବଣ୍ଟି ମହାନନ୍ଦ, ଅଭି ବାଗ, ଦିବ୍ୟରଞ୍ଜନ ବନଛୋର, କମଳାକାନ୍ତ ବନଛୋର, ଯୁଗଳ ଦାସ, ଭକ୍ତ ଚରଣ ବନଛୋର ସହଯୋଗ କରିଥିଲେ ।

Exit mobile version