ଧମ୍ମ ଦ୍ଵୀପଦାନ ମହୋତ୍ସବ ପାଳନ

କଟକ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ବ୍ଳକ ଅଧିନ ପହଙ୍ଗା ବାଲିସାହି ଗ୍ରାମର ସ୍ଥିତ ଭଗବାନ ବୁଦ୍ଧ ମନ୍ଦିର ପ୍ରାଙ୍ଗଣରେ ଧିମାନ ପ୍ରଶାନ୍ତ କୁମାର ମହୋଦୟଙ୍କ ଆୟୋଜନରେ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ନିକଟରେ ବହୁ ଅନୁଗାମୀ ଉପାସକ, ଉପାଶିକାମାନେ ସମବେତ ହୋଇ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ନିକଟରେ ଦ୍ଵୀପ ଦାନ କରିବା ସହିତ ତ୍ରିସରଣ ଓ ପଞ୍ଚଶିଳ ପଠନ କରାଯାଇଥିଲା, ଏଥିରେ ଅଧ୍ୟକ୍ଷତା କରିଥିବା ବୌଦ୍ଧ ପଣ୍ଡିତ ଧମ୍ମ ଜ୍ୟୋତି,

ଏଡଭୋକେଟ ପ୍ରଶାନ୍ତ କୁମାର ମଲ୍ଲିକ, ସମାଜସେବୀ ସୁମନ୍ତ କୁମାର ଭୋଇ, ପୁର୍ବତନ ସରପଞ୍ଚ ଅନ୍ତରର୍ଯ୍ୟାମି ଭୋଇ, ଭୀମ ଆର୍ମି ସଂପାଦକ ପ୍ରତାପ ଚନ୍ଦ୍ର କାଣ୍ଡି, ନବ ବୌଦ୍ଧ ସଙ୍ଘର ସଦସ୍ୟ ନିଶାକର ସ୍ଵାଇଁ, ଆଡଭୋକେଟ ସନ୍ତୋଷ କୁମାର ଭୋଇ , ଲେଖକ କନେହା କୁମାର, ପରିବେଶବିତ୍ ଵିନୋଦ କୁମାରଙ୍କ ସମେତ ଅନ୍ୟାନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ଶେଷରେ ସମସ୍ତଙ୍କୁ ଭଗବାନ ବୁଦ୍ଧଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସଂଘ ପକ୍ଷରୁ ଆହ୍ବାନ ଦିଆ ଯାଇଥିଲା। ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଭଗବାନ ବୁଦ୍ଧଙ୍କ ଶିଷ୍ୟ ,ଶିଷ୍ୟମାନେ ଜଗତ କଲ୍ୟାଣ ନିମନ୍ତେ ଧମ୍ମ ଦ୍ଵୀପଦାନ କରିବା ଶହ ଭଗବାନ ବୁଦ୍ଧଙ୍କ ନୀତି , ଆଦର୍ଶ ପାଳନ କରିବା ପାଇଁ ଶପଥ ନେଇଥିଲେ। ଶେଷରେ ଭଗବାନ ବୁଦ୍ଧଙ୍କର ବୁଦ୍ଧ ଭୋଗ ତଥା କ୍ଷୀରି ପ୍ରସାଦ ଗ୍ରହଣ କରିଥିଲେ । ଏଠାରେ ଭଗବାନ ବୁଦ୍ଧଙ୍କର ଏହି ମହତ୍ କାର୍ଯ୍ୟକୁ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ବାଗତ କରାଯାଇଛି ।

Exit mobile version