ବାନ୍ଦୁପଲାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

କଣ୍ଟାବାଞ୍ଜି  (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) ମୁରିବାହାଲ :- ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ବାନ୍ଦୁପଲା ଗ୍ରାମରେ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଶୁକ୍ରବାର ସକାଳ ୧୦ଟା ସମୟରେ ବାନ୍ଦୁପଲା ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଧାୟକଙ୍କ ବଡ଼ଭାଇ ପୁରୁନ୍ଧର ବାଗ ଯୋଗଦେବା ସହ ବିଜେପି ମଣ୍ଡଳ ସଭାପତି ରାମୁ କୁମ୍ଭାର, ପ୍ରଧାନ ଶିକ୍ଷକ ସଞ୍ଜୟ ସାହୁ, ସରପଞ୍ଚ ପ୍ରିୟବ୍ରତ ପ୍ରଧାନୀ, ସମିତି ସଭ୍ୟ ଜଳନ୍ଧର ପ୍ରଧାନୀ, ମଧୁ ମାଝୀ, ସିଆରସିସି ଲିଲୁ ପ୍ରଧାନ,

ଶ୍ରୀମନ୍ତ କୁମାର ନାୟକ, କର୍ଲା ପ୍ରଧାନ ଶିକ୍ଷକ, ପୂର୍ବତନ ବିଇଓ ଭୋଳାନାଥ କୁମ୍ଭାର, ନକୁଳ ପୁଟେଲ, ଅନିରୁଦ୍ଧ ମେହେର, ଚଲକି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କଳାମଣୀ ଚିନ୍ଦା, ପିଇଓ ଆସ୍ତିକ ପୁଟେଲ, ବିପ୍ଳବ ମାଝୀ ପ୍ରମୁଖ ସମେତ ଅନ୍ୟାନ୍ୟ ଅତିଥି ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ଏହି ଆଦର୍ଶ ବିଦ୍ୟାଳୟ ସ୍ଥାପନ ଦ୍ୱାରା ଅଞ୍ଚଳର ଛାତ୍ରଛାତ୍ରୀମାନେ ଉନ୍ନତ ଶିକ୍ଷାର ସୁଯୋଗ ପାଇବେ ବୋଲି ଆଶା ପ୍ରକାଶ ପାଇଛି। ଏହା ଗ୍ରାମାଞ୍ଚଳର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ଭବିଷ୍ୟତ ପିଢ଼ି ପାଇଁ ଏକ ନୂତନ ଆଶା ସୃଷ୍ଟି କରିବ।

Exit mobile version