କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସରକାରଙ୍କ ଆନୁକୂଲ୍ୟରେ ବୁରୋମାଲ ପଞ୍ଚାୟତ ଅନ୍ତର୍ଗତ ବୁରୋମାଲ ପିଏମଶ୍ରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ ଶୁଭ ଉଦଘାଟନ କରାଯାଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂ ଦେଓ,ସାଂସଦ,ଲକ୍ଷ୍ମଣ ବାଗ,
ବିଧାୟକଙ୍କ ଉପସ୍ଥିତିରେ ସାରା ରାଜ୍ୟରେ ଭିତ୍ତି ପ୍ରସ୍ତର ସ୍ଥାପନ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ହେବା ଅବସରରେ ତୁରେକେଲା ବ୍ଳକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୁରୋମାଲ ପିଏମଶ୍ରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅବିନାଶ କୁମାର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା,
ପୂଜା ବେହେରା, ଅଧ୍ୟକ୍ଷା,ଲକ୍ଷ୍ମୀ ଧରୁଆ, ସରପଞ୍ଚ, ଅନୀତା ବନଛୋର,ଓ୍ୱ।ର୍ଡ ସଭ୍ୟା,ହିଆଁଲ ସିଆରସିସି ବିରଞ୍ଚି ନାରାୟଣ ଦାଶ,ସିଆରସିସି ଅନୁପ କୁମାର ଦାସ,ଅଭି ବାଗ,ସଭାପତି ବିଦ୍ୟାଳୟ ପରିଚାଳନା କମିଟି,ଦିବ୍ୟ ରଞ୍ଜନ ବନଛୋର ଉପସ୍ଥିତ ଥିଲେ।ବୁରୋମାଲ ଗ୍ରାମରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ ହେଲେ l
