ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) ଦଶପଲ୍ଲା :- ମୃତ ଦେହ ନେଇ ଯାଉଥିବା ଆମ୍ବୁଲାନ୍ସ ଗାଡି ନିୟନ୍ତ୍ରଣ ହରାଇ ଗଛ କୁ ଧକା ଦେବାରେ ତିନି ଜଣଙ୍କର ମୃତୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ଦଶପଲା ଥାନା ଶାଳଭଙ୍ଗା ଜଙ୍ଗଲରେ ।
ଆଜି ଅପରାହ୍ଣରେ ଭୁବନେଶ୍ବରରୁ ଆମ୍ବୁଲାନ୍ସଟି, ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଞ୍ଚଳର ଈଶ୍ୱର ସାହୁଙ୍କ ମୃତ ଦେହ ନେଇ ଯାଉଥିବା ବେଳେ, ଦଶପଲ୍ଲା ଶାଳଭଙ୍ଗା ଜଙ୍ଗଲ ଜାତୀୟ ରାଜପଥ ୫୭ ଉପରେ, ଏକ ଗଛ କୁ ଧକା ଦେଇଥିଲା । ଆମ୍ବୁଲାନ୍ସ ରେ ଥିବା ସମସ୍ତ ଲୋକମାନେ ଗୁରୁତର ଆହତ ହୋଇଥିଲେ ।
ଖବର ପାଇ ବାଣୀଗୋଛା ପୋଲିସ ସେମାନଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେମାନଙ୍କୁ ମୃତୁ ଘୋଷଣା କରିଥିଲେ। ପ୍ରତାପ ବାଗ, ଶୀର୍ଷ ବାଗଙ୍କ ମୃତୁ ହୋଇଥିବା ବେଳେ , ଈଶ୍ବର ସାହୁଙ୍କ ପୁଅ ରାଜୁ ସାହୁ ଗୁରୁତର l
