ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ବାଲିପାଟଣା ବ୍ଲକର ୪ ଗୋଟି ବିଦ୍ୟାଳୟର ଆଜି ପୂର୍ବାହ୍ନରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିତ୍ତି ସ୍ଥାପନ କରିଛନ୍ତି। ବିଶ୍ୱନାଥପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ମୁଖ୍ୟ କାର୍ଯ୍ୟକ୍ରମରେ ବିଧାୟକ ନବ କିଶୋର ମଲ୍ଲିକ, ବିଡ଼ିଓ ଶୁଭ୍ରାଂଶୁ ଶେଖର ପାଢ଼ୀ, ନିର୍ବାହୀ ଯନ୍ତ୍ରୀ ଅର୍ଚ୍ଚନା ଦାଶ,ପ୍ରଧାନ ଶିକ୍ଷକ ପ୍ରଭାକର ମଲ୍ଲିକ,
ସାଂସଦଙ୍କ ପ୍ରତିନିଧି ନାରାୟଣ ଖୁଣ୍ଟିଆ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମଦନ ଭୋଇ ବିଦ୍ୟାଳୟର ଶିକ୍ଷୟତ୍ରୀ ନୟନା କୁମାରୀ ଜେନା, ସୁକାନ୍ତି ଟୁଡୁ, ପ୍ରତିଭା ସେଠୀ ପ୍ରମୁଖଙ୍କ ସହିତ ଛାତ୍ର ଛାତ୍ରୀ, ଅଭିଭାବକ, ବିଦ୍ୟାଳୟ କମିଟି ସଭ୍ୟ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
ସେହିପରି ଆମଣାକୁଦ ସ୍ଥିତ ପ୍ରାଚୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଇଓ ନାରାୟଣ ଦାସ, ରାଜସ ସ୍ଥିତ ନୀଳକଣ୍ଠ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ନରଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସରକାରୀ ଅଧିକାରୀଙ୍କ ସହିତ ସ୍ଥାନୀୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ । ଏହି ଯୋଜନା ମାଧ୍ୟମରେ ବିଦ୍ୟାଳୟର ପୁନଃନିର୍ମାଣ ପାଇଁ ଦୁଇ କୋଟି ଅର୍ଥ ବ୍ୟୟ ହେବାର ପ୍ରସ୍ତାବ ରହିଛି।