ଝାରକଟା ଉପ୍ରା ବିଦ୍ୟାଳୟରେ ବିଦ୍ୟାର୍ଥୀ ଅଭିନନ୍ଦନ ସମାରୋହ

କଟକ  (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କଟକ ବୟାଳିଶ ମୌଜା ଅନ୍ତର୍ଗତ ଝାରକଟା ଉପ୍ରା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଜିତେନ କୁମାର ଦାଶ ସଭାପତିତ୍ବରେ ବିଦ୍ୟାର୍ଥୀ ଅଭିନନ୍ଦନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପିକା ମୀରା ବେଉରା ସମ୍ମାନିତ ଅତିଥି ଭାବେ ସିଆରସିସି ଆରତ ଭଞ୍ଜନ ସାହୁ ବିଦ୍ୟାଳୟ ଅଧ୍ୟକ୍ଷା ହରପ୍ରିୟା ଗୌର ସଫଳା ଦାସ ମୁଖ୍ୟବକ୍ତା ଭାବେ ବ୍ୟଙ୍ଗକାର ଲଷ୍ମୀଛଡା ଯୋଗ ଦେଇ ଶିକ୍ଷା ସମାଜର ପ୍ରଗତିର ବାର୍ତ୍ତାବହ ଏବଂ ଆଜିର ଛାତ୍ରଛାତ୍ରୀ ଏହି ପ୍ରଗତିର ବାହକ ବୋଲି ମତ ବ୍ୟକ୍ତ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରି ଥିଲେ l

ପ୍ରଧାନ ଶିକ୍ଷକ ଜିତେନ କୁମାର ଦାଶ ଛାତ୍ରଛାତ୍ରୀ ମାନେ ଶିକ୍ଷାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିବା ସହ ରାଷ୍ଟ୍ରଭକ୍ତି ମନ୍ତ୍ରରେ ଦୀକ୍ଷିତ ହେବାକୁ ଆହ୍ୱାନ ଜଣାଇ ଥିଲେ l ଶିକ୍ଷୟିତ୍ରୀ ମିନତି ସ୍ୱାଇଁ ସ୍ୱାଗତ ଭାଷଣ ଦେଇ ଥିବା ବେଳେ ଗୌରୀ ଦେଇ ଧନ୍ୟବାଦ ପ୍ରଦାନ କରିଥିଲେ l ଏସଏମସିର ସଦସ୍ୟ ସଦସ୍ୟା ସ୍ଥାନୀୟ ଅଭିଭାବକ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହ ଏହାର ପ୍ରଶଂସା କରିଥିଲେ l

Exit mobile version