ସିଂହଦ୍ୱାର ସମ୍ମୁଖ ରେ ଗୋବିନ୍ଦ ଦାମୋଦର ସ୍ତୋତ୍ର ପୁସ୍ତକ ଉନ୍ମୋଚିତ

ପୁରୀ  (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :-  ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସଂସ୍କୃତ ବିଦ୍ୱାନ ବିଲ୍ଲୋମଙ୍ଗଳ କୃତ ” ଗୋବିନ୍ଦ ଦାମୋଦର ସ୍ତୋତ୍ର ” କୁ ଓଡ଼ିଆରେ ଅନୁବାଦ କରିଥିବା ତରୁଣ କବି ଦାମୋଦର ପରିଡ଼ା ଙ୍କ ଅନୁବାଦ ଗ୍ରନ୍ଥ ଗୁରୁବାର ପୂର୍ବାହ୍ନ ରେ ଉନ୍ମୋଚିତ ହୋଇଯାଇଛି । ବର୍ଷୀୟାନ ସାହିତ୍ୟିକ, ଜଗନ୍ନାଥ ସଂସ୍କୃତି ଗବେଷକ ଓ ଶ୍ରୀମନ୍ଦିର ପୁରୋହିତ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର ପୁସ୍ତକ କୁ ଶ୍ରୀଜଗନ୍ନାଥ ଙ୍କୁ ସମର୍ପଣ କରିବା ସହ ଲୋକାର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଓ ଗବେଷକ ପୂର୍ଣ୍ଣଚନ୍ଦ୍ର ଗୋଛିକାର ଯୋଗ ଦେଇ ପୁସ୍ତକ ସମ୍ପର୍କ ରେ ଆଲୋକପାତ କରିଥିଲେ। ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠାତା ସଭାପତି ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ପୁସ୍ତକ ର ପ୍ରକାଶନ ଦାୟିତ୍ୱ ନେଇ ଥିବାରୁ ପୁସ୍ତକ ରଚୟିତା କବି ଦାମୋଦର ପରିଡ଼ା ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

କବି ଶ୍ରୀ ପରିଡା କହିଲେ ସଂସ୍କୃତ ରୁ ସଠିକ ଓଡ଼ିଆ ଭାଷା ରେ ପରିପ୍ରକାଶ କରି ଲେଖିବା ବହୁ କଷ୍ଟ ସାଧ୍ୟ ଥିଲା, ପ୍ରଭୁ ଙ୍କ ଇଛାରୁ ଏହା ଆଜି ପ୍ରକାଶିତ ହୋଇପାରିଲା l ଶ୍ରୀମନ୍ଦିର ର ବରିଷ୍ଠ ସେବାୟତ ଦୋଳ ଗୋବିନ୍ଦ ପଣ୍ଡା, ପ୍ରାକ୍ତନ ଶିକ୍ଷାବିତ୍ ଭୁଜବଳ,ପ୍ରତାପ ଚନ୍ଦ୍ର ଦାସ,କିରଣ କୁମର ସାହୁ , ସ୍ଥିତପ୍ରଜ୍ଞା ଜେନା,ମିଷ୍ଟର ରାଜୁ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ ।ଟ୍ରଷ୍ଟ ର ସମ୍ପାଦିକା ଅନ୍ନପୂର୍ଣ୍ଣା ପାଣି ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ ।

Exit mobile version