ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଉଦଘାଟିତ – ବିଜ୍ଞାନର ପ୍ରଗତିରେ ଦେଶର ଉନ୍ନତି


ବୋଲଗଡ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦେଶ କ୍ରମେ ଗୁରବାରଦିନ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ବୋଲଗଡ ସ୍ଥିତ ପି.ଏମ. ଶ୍ରୀ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ଓ ପ୍ରଧାନ ଶିକ୍ଷୟିତ୍ରୀ ରାନୁମା ପ୍ରଧାନଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଅଛି I ଏହି ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳାରେ ୧୦୦ ଜଣ କୁନି ବୈଜ୍ଞାନିକମାନେ ୫୯ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ I ଏହି ବିଜ୍ଞାନ ମେଳାକୁ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ,କର୍ମଚାରୀ,ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ଓ ସଦସ୍ୟା ମାନେ ବୁଲି ଦେଖିଥିଲେ I କୁନି ବୈଜ୍ଞାନିକମାନେ ସେମାନଙ୍କ ବିଜ୍ଞାନ ପ୍ରକଳ୍ପ ସମ୍ପର୍କରେ ସମସ୍ତଙ୍କୁ ବୁଝାଇଥିଲେ I

ଏହି ବିଜ୍ଞାନ ମେଳାରେ ବିଚାରକଭାବେ ପ୍ରାଣୀ ବିଭାଗର ଅଧ୍ୟାପକ ଅଭିଳାଷ ପଟ୍ଟନାୟକ ଓ ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପିକା ସ୍ମୃତିଶିଖା ନିଶଙ୍କ ପ୍ରମୁଖ ଯୋଗଦେଇ କୁନି ବୈଜ୍ଞାନିକ ମାନଙ୍କ ଦ୍ୱାରା ପେସ୍ତୁତ ବିଜ୍ଞାନ ପ୍ରକଳ୍ପ ଗୁଡ଼ିକୁ ପରିଦର୍ଶନ କରି ତାର ଉପକାରିତା ସମ୍ପର୍କରେ ପଚାରି ବୁଝିଥିଲେ I ପ୍ରଧାନ ଶିକ୍ଷୟିତ୍ରୀ ରାନୁମା ପ୍ରଧାନଙ୍କ ସଭାପତିତ୍ୱରେ ବିଜ୍ଞାନ ମେଳା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା I ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବୋଲଗଡ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ,ମୁଖ୍ୟ ବକ୍ତାଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନିହାର ରଞ୍ଜନ ପରମଗୁରୁ ଯୋଗଦେଇଥିଲେ I ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଧାନ ସ୍ୱାଗତ ଭାଷଣ ଦେଇ ବିଜ୍ଞାନ ମେଳାର ଲକ୍ଷ ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ I

ଶିକ୍ଷକ ଶ୍ରୀଚନ୍ଦନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ I ଶିକ୍ଷାନୁଷ୍ଠାନର ବିଜ୍ଞାନ ଶିକ୍ଷକ ସାନ୍ତୁନ କୁମାର ଶ୍ରୀଚନ୍ଦନ,ସନ୍ତୋଷ କୁମାର ମଙ୍ଗରାଜ ଓ ଶିକ୍ଷୟିତ୍ରୀ ସ୍ଵାଗତିକା ମୁର୍ମୁ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କୁନି ବୈଜ୍ଞାନିକମାନେ ସେମାନଙ୍କର ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ I ବିଜ୍ଞାନର ପ୍ରଗତି ହେଲେ ଦେଶ ଓ ସମାଜର ପ୍ରଗତି ହେବ ବୋଲି ମୁଖ୍ୟ ଅତିଥି ପ୍ରମୋଦ କୁମାର ସ୍ୱାଇଁ କୁନି ବୈଜ୍ଞାନିକ ମାନଙ୍କୁ ପରାମର୍ଶ ଦେଇଥିଲେ I ସମସ୍ତ ନିମନ୍ତ୍ରିତ ଅତିଥିମାନେ କୃତୀ କୁନି ବୈଜ୍ଞାନିକ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ I ପରିଶେଷରେ ଶିକ୍ଷୟିତ୍ରୀ ତପସ୍ୱିନୀ ସାହୁ ସମସ୍ତଙ୍କର ନୀରୋଗ ଜୀବନ ଯାପନ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ I

Exit mobile version