ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଗିଡପାବାଲି ଅଞ୍ଚଳରେ ଚାଲିଥିବା ଉଦ୍ଧାର କାର୍ଯ୍ୟ (Rescue Operation)ର ଷଷ୍ଠ ଦିନରେ ଏକ ବଡ଼ ସଫଳତା ମିଳିଛି । ଘଟଣାସ୍ଥଳରେ ପଥର ତଳେ ଚାପି ହୋଇ ରହିଥିବା ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହକୁ ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି ।
ପୂର୍ବରୁ ୨ ଜଣଙ୍କ ମୃତଦେହ ମିଳିଥିବା ବେଳେ ଆଜିର ୫ଟି ଶବ ମିଳିବା ପରେ ମୋଟ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି । ତାଲିକାଭୁକ୍ତ ୧୩ ଜଣଙ୍କ ମଧ୍ୟରୁ ଆଉ ୬ ଜଣ ଏବେ ମଧ୍ୟ ନିଖୋଜ ଥିବା ସୂଚନା ମିଳିଛି ।
ମୃତକଙ୍କ ପରିଚୟ :
ପରିବାର ଲୋକଙ୍କ ଉପସ୍ଥିତିରେ ଉଦ୍ଧାର ମୃତଦେହଗୁଡ଼ିକର ଚିହ୍ନଟ କରାଯାଇଛି । ମୃତକମାନେ ହେଲେ :
* ଭୂମିକା ପ୍ରଧାନ (ପ୍ରାୟ ୨୭ ବର୍ଷ)
* ବିଜୟ ପ୍ରଧାନ (ପ୍ରାୟ ୨୫ ବର୍ଷ)
* ବାଗ୍ରୀ ପ୍ରଧାନ (ପ୍ରାୟ ୧୪ ବର୍ଷ)
* ଅରୁଣା ପ୍ରଧାନ (ପ୍ରାୟ ୭ ବର୍ଷ)
* ବିଜୟଲକ୍ଷ୍ମୀ ପ୍ରଧାନ (ପ୍ରାୟ ୬ ବର୍ଷ)
ଘଟଣାସ୍ଥଳରେ ଶେଷକୃତ୍ୟ ସମ୍ପନ୍ନ :
ପରିବାରବର୍ଗଙ୍କ ଇଚ୍ଛା ଅନୁସାରେ ଓ ସେମାନଙ୍କ ଆବେଗକୁ ସମ୍ମାନ ଜଣାଇ ପ୍ରଶାସନର ସହଯୋଗରେ ଘଟଣାସ୍ଥଳରେ ହିଁ ସମସ୍ତ ୫ ଜଣଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଛି । ଏହି ଦୁଃଖଦ ସମୟରେ ପ୍ରଶାସନ ପରିବାର ସହିତ ସମ୍ପୂର୍ଣ୍ଣ ରୂପେ ଛିଡ଼ା ହୋଇଛି ଏବଂ ନିୟମ ଅନୁଯାୟୀ
