ଚୋର ଙ୍କୁ ସାବାସୀ, ଚୋର ଧରାଳୀଙ୍କୁ କଟାକ୍ଷ ଏପରି ବିଚିତ୍ର ଘଟଣା ଦେଖିବାକୁ ମିଳୁଛି ନୟାଗଡ଼ ଜ଼ିଲା ରଣପୁର ବ୍ଲକ ଚାନ୍ଦପୁର ଅଂଚଳରେ


ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କୋମଳମତି ଶିଶୁ ମାନଙ୍କୁ ପ୍ରଦତ୍ତ ମଧ୍ୟାହ୍ନ ଭୋଜନ ଚାଉଳ ଓ ଅଣ୍ଡା କୁ ଚୋରୀ କରୁଥିବା ପ୍ରଧାନ ଶିକ୍ଷକ ଓ ତାଙ୍କ ସହଯୋଗୀ ମାନଙ୍କୁ ସାବାସୀ ଦିଆଯାଉଥିବା ବେଳେ ଯେଉଁ ସଚେତନ ବନ୍ଧୁମାନେ ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରି ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ କଲମ ଚାଳନା କରୁଛନ୍ତି ସେମାନଙ୍କୁ କଟାକ୍ଷ କରିବା ସହିତ କାହିଁକି ଏଥିରେ ଲାଗିଛ ବୋଲି କହିବାକୁ ସାମାନ୍ୟ ଲଜ୍ଜା କରୁନଥିବା ଦେଖିବାକୁ ମିଳୁଛି । ଏହି ଅଂଚଳରେ ଚାନ୍ଦପୁର ହେଉଛି ଏକ ପ୍ରସିଦ୍ଧ ବ୍ୟବସାୟିକ ଓ ସାଂସ୍କୃତିକ କେନ୍ଦ୍ର ଗ୍ରାମବାସୀ ପ୍ରାୟତଃ ଶାନ୍ତ ଶିଷ୍ଟ ଭଦ୍ର ଓ ଶୃଙ୍ଖଳିତ ଗ୍ରାମର ଶିକ୍ଷାପ୍ରେମୀ ବ୍ୟକ୍ତି ମାନଙ୍କ ପ୍ରଚେଷ୍ଠାରେ ଏହି ଗ୍ରାମରେ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥାପିତ ହୋଇଥିଲା ।

ସମୟ କ୍ରମେ ଏହାକୁ ଉଭୟ ବାଳିକା ଓ ବାଳକଙ୍କ ଶିକ୍ଷା ପାଇଁ ବିଦ୍ୟାଳୟ ନାମକୁ ବିଭାଗୀୟ ମଞ୍ଜୁରୀ କ୍ରମେ ପରିଚାଳନା କରାଗଲା । ସ୍ୱଳ୍ପ ସମୟ ମଧ୍ୟରେ ପରିଚାଳନା କମିଟି ଓ ଉତ୍ସର୍ଗୀକୃତ ଶିକ୍ଷୟିତ୍ରୀ ମାନଙ୍କ ନିରନ୍ତର ପ୍ରଚେଷ୍ଟା ରେ ଗ୍ରାମର ଆରାଧ୍ୟା ଠାକୁରାଣୀ ମା ‘ରାମଚଣ୍ଡୀଙ୍କ ନାମରେ ନାମିତ ହାଇସ୍କୁଲର ସୁନାମ ବୃଦ୍ଧି ପାଇଲା ବିଦ୍ୟାଳୟ ସରକାରୀ ହେବା ପରେ ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ପ୍ରଚଳନ ପରେ ଏହି ଅନୁଷ୍ଠାନ କ୍ରମଶଃ ଅଧୋଗତି ଆଡକୁ ଗତି କରିବାକୁ ଲାଗିଲା । ନିକଟ ସ୍ଥ ଯଶୋଦା ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସହିତ ସାମିଲ କରି ଏକ ନୋଡାଲ ବିଦ୍ୟାଳୟ ରେ ପରିଣତ କରାଗଲା।ଏବେ ଏହାର ଛାତ୍ର ଛାତ୍ରୀ ସଂଖ୍ୟା ୪୭୬ ।

ଗତ କିଛି ଦିନ ହେଲା ମଧ୍ୟାହ୍ନ ଭୋଜନର ପ୍ରାୟ ୧୭କୁଇଣ୍ଟାଲ ଚାଉଳ ଚୋରୀକୁ ନେଇ ଗ୍ରାମରେ ଆଲୋଚନା ଜୋର ହୋଇଛି।ଏହି ବିଦ୍ୟାଳୟ ରେ ଚାଉଳ ଚୋରୀ ନିୟମିତ ହୋଇଆସୁଥିଲା ବୋଲି ଅନୁସନ୍ଧାନ ରୁ ଜଣାପଡିଛି।ଗ୍ରାମବାସୀ ଓ ଅଭିଭାବକ ମାନଙ୍କ ସରଳ ତାର ସୁଯୋଗ ନେଇ ଜଣେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ ସହିତ ମିଳିମିଶି କୁଆଡେ ଏହି ଚୋରୀ ଚାଲିଥିଲା । ଜଣେ ଦୁର୍ନୀତି ବିରୋଧୀ ସଚ୍ଚୋଟ ଯୁବକରାମକୃଷ୍ଣ ସାମନ୍ତରା ପରିଚାଳନା କମିଟିର ସଭାପତି ଦାୟିତ୍ୱ ଗ୍ରହଣ କରିବା ପରେ ପବିତ୍ର ଶିକ୍ଷାନୁଷ୍ଠାନ ରେ ଅଧ୍ୟୟନ ରତ କୋମଳମତି ଶିକ୍ଷାର୍ଥୀଙ୍କ ପେଟରୁ କାଟି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପେଟ ଭରୁଥିବା ମନ୍ଦ ଅଭ୍ୟାସ କୁ ସେ ନାପସନ୍ଦ କରି କାର୍ଯ୍ୟ ଆରମ୍ଭ କରିଥିବା ହେତୁ ଚାଉଳ ଓ ଅଣ୍ଡା ଚୋରୀର କେନ୍ଦ୍ର ସ୍ଥଳ ର ପର୍ଦା ଫାସ ହେଲା.ଏହାକୁ ଚପାଇଦେବା ପାଇଁ ପ୍ରବଳ ଉଦ୍ୟମ ମଧ୍ୟ ଚାଲିଲା ।

ଶାଗୁଣାମାନେ ଅଳ୍ପେବହୁତେ ସନ୍ତୁଷ୍ଟ ହେଲେ.ନିଜର ଦୋଷ ସ୍ୱୀକାର କରିବା ପରିପ୍ରେକ୍ଷୀରେ ପରିଚାଳନା କମିଟି ଗ୍ରାମର ଭଦ୍ର ବ୍ୟକ୍ତି ମାନେ କାହାର କିଛି କ୍ଷତି ନକରିବା ମନୋବୃତ୍ତି ନେଇ ବେଆଇନ ଭାବେ ଚାଉଳ ଚୋରୀକୁ ଅନ୍ୟ ରୂପରେ କୁଆଡେ ପ୍ରସ୍ତାବ ଗ୍ରହଣ କରି ପ୍ରଧାନ ଶିକ୍ଷକଶ୍ରୀମତୀ ହାବୁଡ଼ା ସିଂହ ଙ୍କୁ ସୁରକ୍ଷା ଯୋଗାଇ ଦେଇଥିବା ଜଣାପଡିଛି।ମଧ୍ୟାହ୍ନ ଭୋଜନ ଚାଉଳ ଚୋରୀ ସମଗ୍ର ଶିକ୍ଷକ ସମାଜ ପ୍ରତି ଅପମାନ ଏହା ସତ୍ୱେ ପରିଚାଳନା କମିଟିର ବଦାନ୍ୟତାକୁ ସମ୍ମାନ ଜଣାଇବା ପରିବର୍ତ୍ତେ ପୁଣି ଗତକାଲି କିଛି ବ୍ୟତିକ୍ରମ ସଭାପତି ଶ୍ରୀ ସାମନ୍ତରା ଦେଖିବାକୁ ପାଇଲେ. କଥାରେ ଅଛି, ସର୍ପ କୁଳରେ ଜାତ କଲୁ ମୋତେ ସ୍ଵଭାଵ ଛାଡ଼ିବି କେମନ୍ତେ.ଗ୍ରାମର କେତେକ ଲୋକ ଦୋଷୀକୁ ଦଣ୍ଡ ଦେବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ଆବେଦନ କରିଥିବା ବେଳେ ନିଜକୁ ବଞ୍ଚାଇବା ପାଇଁ ଅଭିଯୁକ୍ତ ଓ ତାଙ୍କର ସହଯୋଗୀ ମାନେ ପ୍ରାଣମୁର୍ଚ୍ଛା ଉଦ୍ୟମ ଚଳାଇଛନ୍ତି।

କାହାକୁ କେଉଁ ବାଟରେ ନିୟନ୍ତ୍ରଣ କରିହେବ ଓ ଯେଉଁ କତିପୟ ସାମ୍ବାଦିକ ମାନେ କୌଣସି ପ୍ରଲୋଭନ ର ବଶବର୍ତ୍ତୀ ନହୋଇ ଏହାର ସତ୍ୟାସତ୍ୟ ପଦାକୁ ଆଣିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି, ସେମାନଙ୍କୁ କଟାକ୍ଷ କରାଯାଉଛି। ଏହି ଘଟଣାର ତଦନ୍ତ ପାଇଁ ରଣପୁର ଓ ନୂଆଗାଁ ଗୋଷ୍ଠୀ ଶିକ୍ଷାଧିକାରୀ ଦ୍ବୟ ଆସିବା ସ୍ଥିର ହୋଇଥିବା ଆମ ପ୍ରତିନିଧିଙ୍କୁ ସୂଚନା ଦିଆଯାଇଛି। ଲୋକମତକୁ ଭିନ୍ନମୋଡ ଦେବାକୁ ଦୁଇଦିନ ପୂର୍ବେ ଏକ ନକଲି ତଦନ୍ତ କାରୀ ଦଳ ଏହି ବିଦ୍ୟାଳୟ କୁ ଆସିଥିବା ଜଣାପଡିଛି। ଏହି ଘଟଣାକାଳେ କେହି ସାମ୍ବାଦିକ ମାନଙ୍କୁ ଜଣାଇଦେବେ,

ସେଥିପାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ମୋବାଇଲ ଫୋନ କୁ ଆଦାୟ କରି ନିଆଯାଇଥିବା ଜଣାଯାଇଛି । ଦୀର୍ଘ ଦିନ ଧରି ଚାଲି ଆସିଥିବା ଘଟଣାର କିପରି ପର୍ଦା ଫାସ ହେବ ଯେତେ ଘଣ୍ଟ ଘୋଡାଇଲେ ମଧ୍ୟ ଚପାଇ ଦେବା କିମ୍ଵା ଲୁଚାଇବା ଆଦୌ ସହଜ ନୁହେଁ।ତଦନ୍ତ କାରୀ ଦଳ ଏହି ତଦନ୍ତ ସମୟରେ କଡାଜବାବ କୁ ସାମିଲ କରିବାକୁ ସାଧାରଣରୁ ଦାବୀ ହେଉଛି।ଦରଖାସ୍ତ କରିଥିବା ପ୍ରତିନିଧି ମାନଙ୍କ ମତାମତ ଗ୍ରହଣ କରିବାର ଆବଶ୍ୟକତା ରହିଛି । ଏହି ସ୍ପର୍ଶ କାତର ସମସ୍ୟାକୁ ରୁଦ୍ଧଦ୍ୱାର ତଦନ୍ତ ରେ ସୀମିତ ରଖିଲେ ସମସ୍ୟା ସମାଧାନ ହେବା ପରିବର୍ତ୍ତେ ପୁଣି ଅଣାୟତ୍ତ ହେବା ସମ୍ଭାବନାକୁ ଏଡ଼େଇ ଦିଆଯାଇ ନପାରେ ।

Exit mobile version