୪ର୍ଥ ଦିନରେ କନ୍ଧମାଳ ଜିଲ୍ଲାରେ ‘ଆମ କଳାକାର’ ଚୟନ ପ୍ରକ୍ରିୟା : ନଭେମ୍ବର ୭ ତାରିଖରେ ଶେଷ ହେବ


ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସ୍ଥିତ ଜିଲ୍ଲା ସଂସ୍କୃତି ଭବନରେ ‘ଆମ କଳାକାର’ ଯୋଜନା ନିମନ୍ତେ ଚୟନ ପ୍ରକ୍ରିୟା ଗତ ଅକ୍ଟୋବର ୩୦ ତାରିଖରୁ ଆରମ୍ଭ ହୋଇଯାଇଛି । ଏହି ଅଡିସନରେ ଜିଲ୍ଲାର ମୋଟ ୪୯୬ଟି ସାଂସ୍କୃତିକ ଦଳ ପଞ୍ଜୀକୃତ ହୋଇ ଭାଗ ନେଇଛନ୍ତି । ଜିଲ୍ଲାର ଭିନ୍ନ ଭିନ୍ନ କଳା ର ସାଂସ୍କୃତିକ ଦଳମାନେ ପ୍ରତିଦିନ ଆସି ସେମାନଙ୍କ ଯୋଗ୍ୟତା ପରୀକ୍ଷା ଦେଉଛନ୍ତି ।

ଏହି ଅଡିସନ୍ କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଉନ୍ନୟନ ଅଧିକାରୀ ନଳିନୀକାନ୍ତ ସାହୁ ପରିଚାଳନା କରିଥିଲେ । ଅଡିସନରେ ବିଚାରକ ଭାବେ କଣ୍ଠଶିଳ୍ପୀ ଲକ୍ଷ୍ମୀନାରାୟଣ ପୁରୋହିତ, ଓଡ଼ିଶୀ ସଙ୍ଗୀତ ତଥା ଲୋକନାଟ୍ୟ ଗୁରୁ ରବିନାରାୟଣ ଦାସ, ଲୋକନୃତ୍ୟ ଗୁରୁ ଶରତ ଚନ୍ଦ୍ର ସାହୁଙ୍କ ସମେତ ଅଭିଜିତ୍ ପଟ୍ଟନାୟକ ଏବଂ ରଞ୍ଜିତ ମୁଖୀ ଯୋଗ ଦେଇଥିଲେ ।

ସେହିପରି ସଂସ୍କୃତି କାର୍ଯ୍ୟାଳୟର କର୍ମଚାରୀ ଉଜ୍ଜ୍ୱଳକାନ୍ତ ସାହୁ ଏବଂ ବିବେକାନନ୍ଦ କହଁର ଏହି ପରିଚାଳନାରେ ସହଯୋଗ କରିଥିଲେ l ଜିଲ୍ଲା ସଂସ୍କୃତି ଉନ୍ନୟନ ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି ଯେ, କନ୍ଧମାଳ ଜିଲ୍ଲାରେ ମୋଟ ୪୯୬ଟି ଦଳ ଏହି ଅଡିସନ୍ ନିମନ୍ତେ ପଞ୍ଜୀକୃତ ହୋଇଛନ୍ତି । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଏହି ଚୟନ ପ୍ରକ୍ରିୟା ଚାଲିବ ବୋଲି ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Exit mobile version