ବୋଲାଗଡରେ ଯୁବକଙ୍କୁ ବିଭତ୍ସ ହତ୍ୟା  

୨୪ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ କାହାରିକୁ ଗିରଫ କରି ନାହିଁ ।

ବୋଲଗତ  (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ବୋଲଗଡ ସଦର ମହକୁମା ଗଡ ଭିତର ସାହିରେ ମଙ୍ଗଳ ବାର ବିଳମ୍ୱିତ ସନ୍ଧ୍ୟାରେ ଏକ ବାଭତ୍ସ ହତ୍ୟା କାଣ୍ଡ ଘଟିଛି । କଟର ମେସିନିରେ ନିଜ ଘର ବାରିପଟ କୁଅ ଚାନ୍ଦିନୀ ଉପରେ ବିଭତ୍ସ ଭାବେ ବାମ ଗୋଡ କୁ କାଟି ଦୁଇ ଖଣ୍ଡ କରିବା ସହିତ ବେକକୁ ଏକ ବିଦ୍ୟୁତ ତାରରେ ଚିପି ଅମାନୁଷିକ ଭାବେ ହତ୍ୟା କରାଯାଇଥିବାର ପାରିପାର୍ଶ୍ଵିକ ଅବସ୍ଥାରୁ ଜଣାପଡୁଛି । ଘଟଣାରୁ ପ୍ରକାଶ ଯେ ବୋଲଗଡ ଗ୍ରାମର ଗଡଭିତର ଦଳବେହେରା ସାହିର ସ୍ୱର୍ଗତ ମାୟାଧର ଦଳବେହେରାଙ୍କ ଏକ ମାତ୍ର ପୁତ୍ର କେଦାର ପଶ୍ଚିମକବାଟ (୫୩ବର୍ଷ) ଓରଫ ବଗୁଲାଙ୍କୁ ତାଙ୍କ ମେଡିକାଲ ସ୍ଥିତ ଥିବା ଚାହା ଦୋକାନରୁ ଡାକିଆଣି ନିଜ ଘର ବାରିପଟ ଚାନ୍ଦିନୀ ଉପରେ ସନ୍ଧ୍ୟା ପ୍ରାୟ ୮ଟା ସମୟରେ ଏକ କାଠ କଟା ଯନ୍ତ୍ର ଚାଳିତ କଟର ମେସିନ୍ ଦ୍ୱାରା ବାମ ଗୋଡ଼କୁ ବିଭତ୍ସ ଭାବେ ଦୁଇ ଖଣ୍ଡ କରି କାଟିବା ସହିତ ବେକକୁ ବିଦ୍ୟୁତ୍ ତାର ଦ୍ୱାରା ଚିପି ହତ୍ୟା କରାଯାଇଥିବାର ଘଟଣା ସ୍ଥଳରୁ ଦେଖିବାକୁ ମିଳିଛି ।

ସୂଚନା ପାଇ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ , ବୋଲଗଡ ଥାନା ଅଧିକାରୀ କାହୁଁ ଚରଣ ସ୍ୱାଇଁଙ୍କ ସଦଳବଳେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଦଳ ସହ ସନ୍ଧାନୀ କୁକୁର କୁ ନେଇ ତଦନ୍ତ କରାଯାଇଛି ।ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ରାଜକିଶୋର ଜେନା, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ପୋଲିସ ଆରକ୍ଷୀ ଓ ବୋଲଗଡ଼ ଥାନା ଅଧିକାରୀ କାଁହୁଁ ଚରଣ ସ୍ୱାଇଁ, ଫ୍ଲୋରେନସିକ ଲବ୍ରୋଟେରୀ ଟିମ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରିବାପାଇଁ ଶବକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଅଛନ୍ତି ଓ ଏହାର ତଦନ୍ତ ଜାରିରହିଛି ,। ମୃତ ବାବୁଲାଙ୍କ ଧର୍ମ ପତ୍ନୀ ରାଜଲଷ୍ମୀ ପଶ୍ଚିମ କବାଟ ଘଟଣା ସମ୍ପର୍କରେ ବୋଲଗଡ଼ ଥାନାରେ ପ୍ରାଥମିକ ଏତଲା ଦେଇଅଛନ୍ତି। ବୋଲଗଡ଼ ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ଫେରାର ଅସମୀଙ୍କ ବିରୋଧରେ ଏକ ମାମଲା ରୁଜୁକରି ଭାରତୀୟ ପିଙ୍ଗଳ କୋଡ଼ 103(କ )ଧାର। ଲାଗୁ କରିଛନ୍ତି । ହତ୍ୟାକାଣ୍ଡ ୨୪ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ କାହାରିକୁଏ ପର୍ଯ୍ୟନ୍ତ ଗିରଫ କରିପାରି ନା ହିଁ।

Exit mobile version