ଦରମା ବୃଦ୍ଧି, ପଦୋନ୍ନତି ସହ ସୁରକ୍ଷା ଦାବି ନେଇ ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର

ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ନିଖିଳ ଓଡ଼ିଶା ବ୍ଳକ୍ ସମ୍ପ୍ରସାରଣ ଅଧିକାରୀ ମିଳିତ ସମନ୍ବୟ ମନ୍ବୟ ପରିଷଦର ଆହ୍ବାନ କ୍ରମେ ନୟାଗଡ଼ ନୟାଗଡ଼ ଜିଲ୍ଲା ମିଳିତ ସମନ୍ବୟ ପରିଷଦ ପକ୍ଷରୁ ଜିଲ୍ଲାପାଳ ମଧୁମିତା ରଥଙ୍କୁ ୫ଦଫା ସମ୍ବଳିତ ଏକ ସ୍କାରକପତ୍ର ପ୍ରଦାନ କରାଯାଇଛି । ଦୀର୍ଘଦିନ ଧରି ଦରମା ବିସଂଗତି, ପଦୋନ୍ନତି ସୁଯୋଗର ଅଭାବ, ଅତ୍ୟଧୂକ କାର୍ଯ୍ୟଭାର, କ୍ଷେତ୍ର ପରିଦର୍ଶନ ଜନିତ ସମସ୍ୟା ଓ ସୁରକ୍ଷା ହୀନତା ଯୋଗୁଁ ४ କ୍ୟାଡରର ଅଧୂକାରୀମାନେ ଅସନ୍ତୋଷ ମାନସିକ ଚାପରେ ରହୁଥ‌ିବା ନେଇ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।

ଦାବିପତ୍ର ପ୍ରଦାନ ସମୟରେ ନୂଆଗାଁ ବିଏସଏସଓ ସ୍ଵର୍ଣ୍ଣସାରିକା ଜେନା, ନୂଆଗାଁ ଏମ୍‌ଆଇ ରାଧାକାନ୍ତ ସାହୁ, ଭାପୁର ଏମ୍‌ଆଇ ଅରବିନ୍ଦ ମହାରଣା, ନୟାଗଡ଼ ଏମ୍‌ଆଇ ଦୈତାରୀ ପ୍ରଧାନ, ନୂଆଗାଁ ଡବ୍ଲ୍ୟୁଇଓ ଯଜ୍ଞେଶ୍ବର ନାୟକ, ରଣପୁର ଏମ୍‌ଆଇ କେଦାରନାଥ ପ୍ରଧାନୀ, ଓଡ଼ଗାଁ ଡବ୍ଲୁଇଓ ପ୍ରିୟରଞ୍ଜନ ସାହୁ, ଓଡ଼ଗାଁ ଜିପିଡିଓ ବିଶ୍ଵଜିତ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦାବିଗୁଡ଼ିକ ବିଚାରକୁ ନେଇ ଯଥାଶୀଘ୍ର ଏହାର ସମାଧାନ କରିବାକୁ ପରିଷଦ ପକ୍ଷରୁ ଅନୁରୋଧ କରାଯାଇଛି ।

Exit mobile version