ଅବକାରୀ ବିଭାଗ ଚଢାଉ, ଦେଶୀ ମଦ ଜବତ


ଖଣ୍ଡପଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଅବକାରୀ ବିଭାଗ ପକ୍ଷରୁ ୨ଟି ସ୍ଥାନରେ ଚଢାଉ କରାଯିବା ସହିତ ୧୭ ଲିଟର ଦେଶୀ ମଦ ଏବଂ ୨ ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି । ଖଣ୍ଡପଡ଼ା ଅବକାରୀ ସବଇନ୍ସିପେକ୍ଟର ସତ୍ୟପ୍ରିୟ ସ୍ବାଇଁଙ୍କ ସୂଚନା ଅନୁଯାୟୀ ଆଜି ଭୋରରୁ ନୟାଗଡ଼ ମୋବାଇଲ ଟିମ୍ ର ଇନ୍ସପେକ୍ଟର,ସଵ ଇନ୍ସପେକ୍ଟର ଏବଂ ନୟାଗଡ଼ ଜିଲ୍ଲା ଅବକାରୀ ବିଭାଗ ଇନ୍ସପେକ୍ଟର ହରପ୍ରସାଦ ରାଣା।ସବ ଇନ୍ସପେକ୍ଟରଙ୍କୁ – ସାଗର କୁମାର ଭୋଇ l ରେଞ୍ଜ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତି ।

ଖଣ୍ଡପଡା ସବ୍ ଇନ୍ସପେକ୍ଟର-ସତ୍ୟପ୍ରିୟ ସ୍ବାଇଁ, କନେଷ୍ଟବଳ ଷ୍ଟାଫ୍ ଲକ୍ଷ୍ମୀ ଧର ବେହେନା, ମେଟା ନାୟକ ,ହରପ୍ରିଆ ମଲିକ୍ ,ପ୍ରତ୍ୟୁଷ ରଂଜନ ଦେହୁରୀ, ନୀଳାଞ୍ଚଳମଲ୍ଲିକ, ସହାୟତାରେ ଖଣ୍ଡପଡ଼ା ବ୍ଲକ ଅଧିନ କୋସକା ବଜାରରେ ଚଢାଉ କରାଯିବା ସହିତ ବିଶ୍ବଜିତ ସୁବୁଦ୍ଧି(୨୧)ଙ୍କ ନିକଟରୁ ୯ ଲିଟର ମଦ ଜବତ କରାଯାଇଥିଲା । ସେହିପରି ଗଡିଆସାହି ଗ୍ରାମରେ ଚଢାଉ କରି ଅଶାନ୍ତି ନାଏକ (୨୩)ଙ୍କ ନିକଟରୁ ୮ ଲିଟର ମଦ ଜବତ କରାଯାଇଥିବା ସୂଚନା ମିଳିଛି । ଅବକାରୀ ବିଭାଗ ପକ୍ଷରୁ ୨ ମାମଲା ରୁଜୁ ସହିତ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି ।

Exit mobile version